Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଚ୍ଚା ମାଟି ରାସ୍ତା, କାଦୁଅ ପଚପଚ ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·2 min read
କଚ୍ଚା ମାଟି ରାସ୍ତା, କାଦୁଅ ପଚପଚ ରାସ୍ତା

ଅର୍ଗସ ବ୍ୟୁରୋ:  କଚ୍ଚା ମାଟି ରାସ୍ତା। କାଦୁଅ ପଚପଚ ରାସ୍ତା। ରାସ୍ତା ରାସ୍ତା ନୁହଁ ତ ମରଣ ଯନ୍ତା। ଏ ରାସ୍ତା ଦେଇ ପ୍ରତେକ ଦିନ ଯାତାୟତ କରୁଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମଳ ପଂଚାୟତର ଗୌଡ଼ କାଟେଣୀ ଗ୍ରାମବାସୀ । ଦୀର୍ଘ ବର୍ଷ ହେଵ ୫୦ରୁ ଉର୍ଦ୍ଧ ପରିବାର ଏଠାରେ ବସବାସ କରିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇ ପାରିଲା ନାହିଁ। ଏଭଳି ରାସ୍ତା ପାଇଁ ଗାଁ କୁ ଆମ୍ବୁଲାନ୍ସ ଆସିପାରୁନଥିବା ରୋଗୀ ଓ ସମ୍ପର୍କୀୟ ନା ନା ହଇରାଣ ହୁଅନ୍ତି। ସେହିଭଳି ଗାଁରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର, ଆଉ ବିଦ୍ୟାଳୟ କହିଲେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ବ୍ୟବସ୍ଥା ଅଛି। ତେଣୁ ଅଷ୍ଟମ ଶ୍ରେଣୀରୁ ପିଲାଙ୍କୁ ମୁଣ୍ଡେଇଲ ସ୍କୁଲକୁ ଯିବାକୁ ହୁଏ। କାଦୁଅ ରାସ୍ତା ପାଇଁ ଛାତ୍ରଛାତ୍ରୀମାନେ, ବହୁକଷ୍ଟରେ ବିଦ୍ୟାଳୟକୁ ଯାଇଥାନ୍ତି।

କେବଳ ରାସ୍ତା କି ଶିକ୍ଷା କଥା ନୁହେଁ ପାଣି ପାଇଁ ବି ଗାଁ ଲୋକେ ହନ୍ତସନ୍ତ। ଗାଁରେ ୨ ଟି ନଳକୂପ ରହିଛି କିନ୍ତୁ ଅଳ୍ପ ସମୟ ପାଣି ଆସିବା ପରେ ସେଥିରେ ପାଣି ଆସୁନାହିଁ। ସେପଟେ ଗାଁ କୁ ବସୁଧା ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ସତ କିନ୍ତୁ ପାଣି ଦିନେ ଆସିଲେ ୨ ଦିନ ବନ୍ଦ ରହୁଛି | ତେବେ ଯେଉଁ ପାଣି ଆସୁଛି, ତାହା ଗୋଟେ ଗରା ପାଣି ପାଁଇ ଘଣ୍ଟେ ସମୟ ଲାଗୁଛି। ତେଣୁ ପାଣି ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଏହାସହ ଗାଁ ଛୋଟ ଟ୍ରାନ୍ସଫର ପାଇଁ ଲୋ ଭୋଲ୍ଟେଜର ସମସ୍ୟା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ପୂର୍ବତନ ବିଜେଡି ସରକାର ଏହି ଗାଁ କୁ ସମ୍ପୂଣ ଅଣଦେଖା କରିଥିବାବେଳେ ନୂଆ ସରକାର ତାଙ୍କର ସମସ୍ୟା ଦୂର କରିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in dhenkanal | Argus News