|
logo
Live

Argus News - ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା

Odisha

ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା

Smruti Parija
Browse all articles by Smruti Parija
·1 year ago·1 min read
ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା

Key Points

  • ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା
  • ଭୋଟ୍ ପରେ ପଚାରେ କିଏ ?
  • କେବେ ସୁଧୁରିବ ପଟିଗୁଡା ସ୍ଥିତି ? 
  • ନିତିଦିନିଆ ରାସ୍ତା ଖଣ୍ଡିଏ ପାଲଟିଛି ସ୍ବପ୍ନ 
  • ଦୋଳା, ଭାରରେ ବୁହା ହେଉଛନ୍ତି ରୋଗୀ
  • 24 ବର୍ଷ ବିଜେଡି ଶାସନରେ କଣ ଏମିତି ହୋଇଛି ବିକାଶ ?

ଅର୍ଗସ ବ୍ୟୁରୋ: ରାସ୍ତା ସମସ୍ୟାରେ ବର୍ଷ ବର୍ଷ ଧରି ଯୁଝିଛନ୍ତି ହେଉଛନ୍ତି ଏମାନେ । ତଥାପି ଚୁପ୍ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ୧୨ରୁ ୧୫ କିମି ଦୂର ଗଲେ ଆସେ ପଟିଗୁଡା ଗାଁ । ରାସ୍ତା ଖଣ୍ଡିଏ ନଥିବାରୁ ଜଙ୍ଗଲ ଭିତର ଦେଇ 3ରୁ 4 କିମି ଚାଲି ଚାଲି ଏଠାକୁ ଯିବାକୁ ପଡେ । ପଥୁରିଆ, ମାଟି ରାସ୍ତା ଦେଇ ପ୍ରତିଦିନ ଯାଆସ କରନ୍ତି ଗ୍ରାମବାସୀ । ହଠାତ୍ କାହାର ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରେନା । ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ । ସେ ପାଠପଢା ହେଉ କି ଭତ୍ତା ପାଇଁ ହେଉ ଏହି ପାହାଡିଆ ଘଞ୍ଚ ଜଙ୍ଗଲ ଭିତରେ ଚାଲି ଚାଲି ଯିବାକୁ ବାଧ୍ୟ ହୁଅନ୍ତି କୁନି କୁନି ପିଲା ଓ ବୟସ୍କ ଲୋକ ।   

ଖାଲି ରାସ୍ତା ସମସ୍ୟା ନୁହେଁ ଆବାସ ଯୋଜନା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ପଟିଗୁଡା ଗ୍ରାମବାସୀ । ଅପାରଗ ବିଜେଡି ସରକାରର ଦୀର୍ଘ ବର୍ଷ ଶାସନରେ ଅତିଷ୍ଟ ହୋଇପଡିଲେଣି ଲୋକେ ।

ଦିଗପହଣ୍ଡିରେ ପୂର୍ବରୁ ଦୀର୍ଘ ବର୍ଷ ହେବ ବିଜେଡି ବିଧାୟକ ଭାବେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ପ୍ରତିନିଧିତ୍ବ କରୁଥିଲେ । ତଥାପି ବିକାଶ ହେଲାନି ।... ଏବେ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଦଳ ଭରସା କରି ଟିକେଟ ଦେଇଛି । ଏଥର ନିର୍ବାଚନ ରଣାଙ୍ଗନରେ ପାର ହେବ କି ବିଜେଡି ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା | Argus News