Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ନାହିଁ ପକ୍କା ରାସ୍ତା, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

Smruti Parija
Browse all articles by Smruti Parija
·1 year ago·1 min read
ଗାଁକୁ ନାହିଁ ପକ୍କା ରାସ୍ତା, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

କଳାହାଣ୍ଡି: କଳାହାଣ୍ଡି ସଦର ବ୍ଲକ ରିଶିଗାଁ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଲା ଗାଁ । କଳାହାଣ୍ଡି ସଦର ମହକୁମା ଭବାନୀପାଟଣାରୁ ମାତ୍ର ୬ କିଲୋମିଟର ଏହି ଗାଁ । ଗାଁ କୁ ଦେଖିଲେ ୨୪ ବର୍ଷର ବିକାଶର ପୁରା ପୋଲ ଖୋଲି ଯାଇଛି । ଗାଁରେ ବସବାସ କରନ୍ତି ୩୦ରୁ ଉର୍ଦ୍ଧ୍ୱ ପରିବାର । ମାତ୍ର ବର୍ଷ ବର୍ଷ ଧରି ଏଠି ଲାଗି ରହିଛି ରାସ୍ତା ସମସ୍ୟା । ଗାଁ ଭିତରେ ରହିଛି ପକ୍କା ରାସ୍ତା, କିନ୍ତୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରହିଛି କଚ୍ଚା ରାସ୍ତା । ବର୍ଷା ଦିନରେ କାଦୁଅରେ ଭର୍ତ୍ତି ଏହି ରାସ୍ତାରେ ଚାଲିକି ଯିବା ମୁସ୍କିଲ ହୋଇ ପଡିଥିବାବେଳେ ଗାଡି ମଟର ଯିବା କଷ୍ଟକର । କିନ୍ତୁ ପ୍ରଶାସନ ଏଇ ରାସ୍ତା ମରାମତି ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି । ଶେଷରେ ନିରାସ ଗ୍ରାମବାସୀ ରାସ୍ତାରେ ଚାରା ଲଗାଇ ପ୍ରତିବାଦ କରିଛନ୍ତି ।

ମୁଣ୍ଡାପଲାରେ ପାନୀୟ ଜଳ ଲୋକଙ୍କ ସମସ୍ୟା ବଢାଇଛି । ୩୦ ପରିବାର ପାଇଁ ରହିଛି ଗୋଟିଏ ନଳକୂପ । ଘଣ୍ଟା ଘଣ୍ଟା ଲାଇନ୍ ରେ ଲାଗିଲେ ମିଳୁଛି ପାଣି । ଯଦି ନଳକୂପ ଖରାପ ହୁଏ, ତେବେ ନାଳ ପାଣି ଭରଷା । ଗାଁରେ ପାଇପ ପୋତା ହେଲା ପାଣି ଆସିଲା, କିନ୍ତୁ କେବଳ ଗୋଟେ ମାସ ପାଇଁ । ଗତ ୪ ମାସ ହେଲା ସପ୍ଲାଏ ପାଣି ବନ୍ଦ୍ । 

ଖାଲି ରାସ୍ତା କି ପାଣି କାହିଁକି ଗାଁରେ ଅନ୍ୟ ମୈଳିକ ସୁବିଧା ମଧ୍ୟ ଅପହଞ୍ଚ । ଏବେବି ଗାଁର ଅନେକ ହିତାଧିକାରୀଙ୍କୁ ପକ୍କାଘର ମିଳିନି।ରାସନ ଭତ୍ତା ଭଳି ଯୋଜନାରୁ ଅନେକ ବଞ୍ଚିତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
road-problem-in-kalahandi-risigaon-village | Argus News