Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ

Smruti Parija
Browse all articles by Smruti Parija
·2 years ago·1 min read
ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ

କନ୍ଧମାଳ: ପୁଣି ଖଟିଆ ଭରସା । ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ରାଡ଼ାବାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । 

ରାଡ଼ାବାଲି ଗାଁର ସୁରଥି ପ୍ରଧାନଙ୍କର ଦେହ ଖରାପ ହୋଇଥିଲା । ରାସ୍ତା ନଥିବାରୁ  ଘଞ୍ଚ ଜଙ୍ଗଲ ପଥୁରିଆ ରାସ୍ତା ଦେଇ ଗ୍ରାମବାସୀମାନେ ଖଟିଆରେ ପ୍ରାୟ ୩ କିଲୋମିଟର ବୋହି ମୁଖ୍ୟ ରାସ୍ତାକୁ ନେଇ ଥିଲେ । ସେଠାରୁ ରାଇକିଆ ମେଡିକାଲକୁ  ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଧା ଆମ୍ବୁଲାନ୍ସ  ପହଞ୍ଚି ନଥିଲା । ଫଳରେ ବାଧ୍ୟ ହୋଇ ଅଟୋ ଭଡ଼ା କରି  ମେଡିକାଲକୁ ନେଇଥିଲେ l 

ଗାଁ କୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀମାନେ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୪ ଦିନ ତଳେ ମଧ୍ୟ ଗାଁର ତ୍ରିବେଣୀ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ରାତି ଅନ୍ଧାରରେ ସମାନ ଭାବରେ ଖଟିଆରେ ମେଡିକାଲ ନିଆଯାଇଥିଲା । କିନ୍ତୁ ଫୁଲବାଣୀରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
road-problem-in-kandhamal-raikia-block | Argus News