ରାସ୍ତା ପାଇଁ ଗୁହାରୀ କରି ଶୁଣିଲାନି ପ୍ରଶାସନ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ 88 ତମ୍ମ ଉତ୍କଳ ଦିବସ ପାଳନ କରୁଛି ପୁରା ଓଡ଼ିଶା ଅନ୍ୟ ପଟେ ରାଜ୍ୟରେ ବିଭିନ୍ନ ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି , ଦିର୍ଘ ୨୫ ବର୍ଷ ଧରି କଚ୍ଚା ରାସ୍ତାରେ ଯିବା ଆସିବା କରୁଛନ୍ତି ପ୍ରାୟ ୧୦ ହଜାରରୁ ଅଧିକ ପରିବାରର ଲୋକେ। ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ପ୍ରଶାନ ଶୁଣିନଥିବାରୁ ଏକତ୍ରିତ ହୋଇ ସରପଞ୍ଚଙ୍କ ସହ ମିସି ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ ।
ସଲେଇକେନା ପଞ୍ଚାୟତର ଜୀବନ ରେଖା ପାଲଟିଥିବା ଏହି ରାସ୍ତା ଉପରେ ୪୯ ନମ୍ବର ଜାତୀୟ ରାଜପଥକୁ ଯିବା ପାଇଁ ନିର୍ଭର କରିଥାଆନ୍ତି ପ୍ରାୟ ୭ ଟି ଗାଁର ଶହ ଶହ ପରିବାର ଲୋକେ। ରାସ୍ତାର ଏଭଳି ଅବସ୍ଥା କାରଣରୁ ବିଦ୍ୟାଳୟକୁ ଯିବା ପାଇଁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ, ଲୋକେ ମାନେ ରାସନ ସାମଗ୍ରୀ ଆଣିବାରେ ମଧ୍ୟ ଦୁଃଖ ଭୋଗୁଛନ୍ତି। ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ପ୍ରାଶାସନକୁ ଗୁହାରୀ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା ଫଳରେ ନିଜେ ୪ କିମିର ରାସ୍ତା ନିର୍ମାଣ କରିଛନ୍ତି ଲୋକେ ।
୨୪ ବର୍ଷର ସ୍ଥିର ସରକାର ଭିତରେ ରାଜ୍ୟରେ ଲୋକଙ୍କ ପାଖରେ ପହଁଞ୍ଚିପାରିନି ମୌଳିକ ସୁବିଧା..। ଲୋକଙ୍କ ପାଖରେ ନା ଭଲ ରାସ୍ତା ଅଛି ନା ସରକାରଙ୍କର ମୌଳିକ ସୁବିଧାର ପାଦ ଲୋକଙ୍କ ଦୁଆରେ ପହଁଞ୍ଚିଛି ବରଂ ବାଟବଣା ହୋଇଛି ଯୋଜନା। ଦୁର୍ଦଶା ଭୋଗୁଛନ୍ତି ଲୋକେ, କେବେ ଲୋକଙ୍କ ପାଖରେ ପହଁଞ୍ଚିବ ସରକାରଙ୍କ ଯୋଜନା ତାହା ସମୟ କହିବ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
