Videos
|
Odisha

ଗାଁକୁ ନାହିଁ ରାସ୍ତା, ଗ୍ରାମବାସୀ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗାଁକୁ ନାହିଁ ରାସ୍ତା, ଗ୍ରାମବାସୀ ହନ୍ତସନ୍ତ

ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭେଦି ପାରୁନି ବିକାଶ। ନା ବିଛା ଯାଇ ପାରୁଛି ପକ୍କା ରାସ୍ତା। ନା ପହଁଞ୍ଚିଛି ବସୁଧା ଯୋଜନା। ମୌଳିକ ସୁବିଧା ଅପେକ୍ଷାରେ ଆଜିବି ଦୁର୍ଗମବାସୀ। କୋରାପୁଟ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ବର ପଞ୍ଚାୟତର ଗାଦବାଗୁଡା ଓ କନ୍ଧଗୁଡା । ଜଙ୍ଗଲ ମଧ୍ୟରେ ରହିଛି ଏହି ଦୁଇ ଗାଁ। ଗାଁରେ ପ୍ରାୟ ୧୦୦ ଲୋକ ବସ ବାସ  କରୁଥିବା ବେଳେ ଗାଁକୁ ଯିବାକୁ ହେଲେ ଅଙ୍କାବଙ୍କା, ନାଳ ରାସ୍ତା ଦେଇ ଯିବାକୁ ପଡେ। ରାସ୍ତା ଏମିତି ଯେଉଁଠି ପାଦେପାଦେ ବିପଦ। ମାତ୍ର ବିକଳ୍ପ ନଥିବାରୁ ଏବେ ଏହା ଅଞ୍ଚଳବାସୀଙ୍କ ପାଇଁ ଲାଇଫ୍ ଲାଇନ୍।

ଏବେବି ଏଇ ଦୁଇ ଗ୍ରାମବାସୀ ଝରଣା ପାଣି ଉପରେ ନିର୍ଭର କରି ଚଳୁଛନ୍ତି। ରାତି ପାହିଲେ ଲୋକେ ଗରା ଡେକଚି ନେଇ ଝରଣା ରୁ ପାଣି ସଂଗ୍ରହ କରୁଛନ୍ତି। ଗ୍ରାମରେ ବସୁଧା ଯୋଜନା ଫେଲ ମାରିଛି। ଦୁଇଟି ନଳକୂପ ଅଛି ମାତ୍ର ଦୁଇଟି ଯାକ ଅଚଳ। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି।ଦୁର୍ଗମବାସୀଙ୍କ ରାଜ୍ୟ ସରକାରଙ୍କ ପ୍ରତାରଣା। ତାଲିକାରେ ମାଳମାଳ ଯୋଜନା ମାତ୍ର ଲାଭ ପାଉ ନାହାନ୍ତି ଦୁର୍ଗମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
road problem in koraput | Argus News