Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଚାଗୁଡ଼ା ଗାଁକୁ ନାହିଁ ଖଣ୍ଡେ ପକ୍କା ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଚାଗୁଡ଼ା ଗାଁକୁ ନାହିଁ ଖଣ୍ଡେ ପକ୍କା ରାସ୍ତା

ଅର୍ଗସ ବ୍ୟୁରୋ:  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଫୁଳବେଡ଼ା ଗ୍ରାମପଞ୍ଚାୟତର କଚାଗୁଡ଼ା ଗାଁ । ପାହାଡ ଘଞ୍ଚ ଜଙ୍ଗଲ ଦେଇ ନିତି ଯା ଆସ କରନ୍ତି ଗାଁର 30 ଆଦିବାସୀ ପରିବାର । ଗାଁକୁ ନାହିଁ ଖଣ୍ଡେ ପକା ରାସ୍ତା । ନିର୍ବାଚନ ଆସିଲେ ନେତା ମାନେ ମାଳ ମାଳ ହୋଇ ଯାଆନ୍ତି ଏହି ଗାଁକୁ । ଆଉ ଦିଅନ୍ତି ଅନେକ ପ୍ରତିଶ୍ରୁତି । କିନ୍ତୁ ନିର୍ବାଚନ ସରିଗଲେ ଆଉ କାହାର ଦେଖା ମିଳେନି ଖାଲି ମିଳେ ପ୍ରତିଶ୍ରୁତି । ଶୁଣନ୍ତୁ କଣ କହୁଛନ୍ତି ଗ୍ରାମବାସୀ ।

ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପାଖକୁ ଦୌଡ଼ି ଦୌଡି ନୟାନ୍ତ ହେଲେଣି ଗ୍ରାମବାସୀ । କିନ୍ତୁ ଏ ଯାଏଁ ଖଣ୍ତେ ପକା ରାସ୍ତା ହୋଇପାରିଲା ନାହିଁ । ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗତ କିଛି ମାସ ତଳେ ଜଣେ ଗର୍ବବତୀ ମହିଳାଙ୍କୁ  ଯନ୍ତ୍ରଣା ଅନୁଭବ ହେଇଥିବାରୁ ଭାର ସାହାଯ୍ୟରେ  ନେଉଥିବା ବେଳେ ରାସ୍ତା ପ୍ରସବ କରିଥିଲେ ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ପାଖାପାଖି ୧୦ ୧୨ କିଲୋମିଟର ଭାର ସାହାଯ୍ୟର ନେବା ପରେ ଆସେ ଆମ୍ବୁଲାନ୍ସ ବୋଲି କହିଛନ୍ତି ଗ୍ରାମବାସୀ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in koraput | Argus News