Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ହନ୍ତସନ୍ତ

ଅର୍ଗସ ବ୍ୟୁରୋ:  ରାସ୍ତା ପାଲଟିଛି ମରଣଯନ୍ତା,ଖାଲଖମାରେ ଭରା ରାସ୍ତା ଦେଇ ସାଧାରଣ ଦିନରେ ଆତଯାତ କରିବା ମୁସ୍କିଲ ହେଉଥିବା ବେଳେ ବର୍ଷା ଦିନେ ରାସ୍ତା ଅବସ୍ଥା ନକହିବା ଭଲ। ନାଲି ମାଟିର ରାସ୍ତା ଅସରାଏ ବର୍ଷା ପରେ ଶୃଷ୍ଟି କରୁଛି ପୋଖରୀର ଭ୍ରମ। ଏ ରାସ୍ତା ହେଉଛି ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି ଠାରୁ ଜଙ୍ଗଲଯୋଡି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା। ପ୍ରାୟ 5 କିଲୋମିଟର ରାସ୍ତାର ଅବସ୍ଥା ଅତି ଶୋଚନିୟ।କୋରାପୁଟ ଜିଲ୍ଲାର ବୈପାରୀଗୁଡା ଓ ମାଲକାନଗିରିକୁ ଏହି ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ଉପରେ 30ରୁ ଅଧିକ ଗାଁ ଲୋକ ଯାତାୟାତ କରନ୍ତି।

ମାତ୍ର ରାସ୍ତାର ସୋଚନୀୟତା ବିସୟରେ ସ୍ଥାନୀୟ ପ୍ରଶାସନ ଜାଣି ମଧ୍ୟ କିଛି ପଦକ୍ଷେପ ନେଉନି। କିଛି ବର୍ଷ ପୁର୍ବେ ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ମାତ୍ର ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି। ଗାଁ ଗାଁକୁ ପକ୍କା ରାସ୍ତା। ପକ୍କା ରାସ୍ତା ନାଁରେ ଅନେକ ଯୋଜନା କରି ବିଜେଡି ସରକାର ବାହାବାହି ନେଉଥିବା ବେଳେ ଏ ହେଉଛି ଉପାନ୍ତରେ ବିକାଶ ବାସ୍ତବ ଚିତ୍ର। ଏଠି ପକ୍କା ରାସ୍ତା କଣ ଭଲ ରାସ୍ତା ପାଇଁ ମଧ୍ୟ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଖାଲଖମାରେ ଭରା ନାଲି ମାଟି ରାସ୍ତା ସାଜିଛି ଆତଯାତର ମୁଖ୍ୟ ମାଧ୍ୟମ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in koraput | Argus News