Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୀବନକୁ ପାଣି ଛଡ଼ାଇ ଯା'ଆସ କରୁଛନ୍ତି ଲୋକେ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜୀବନକୁ ପାଣି ଛଡ଼ାଇ ଯା'ଆସ କରୁଛନ୍ତି ଲୋକେ

ଅର୍ଗସ ବ୍ୟୁରୋ:  ପାଦେ ପାଦେ ବିପଦ । ଭରା ନଦୀ ଆଉ ପ୍ରଖର ପାଣିର ସ୍ରୋତ । ଜୀବନକୁ ପାଣି ଛଡ଼ାଇ ଯା'ଆସ କରୁଛନ୍ତି ଲୋକେ ।କିଏ ଛୋଟ ପିଲାକୁ ମୁଣ୍ଡରେ ମୁଣ୍ଡାଇ ରାସ୍ତା ପା ର୍ କରୁଛି ତ କିଏ ଦୁଇ ଚକିଆ ଯାନରେ ଯାଉଛି  । କିଏ ଡରି ଡରି ପାଦ ଚାପି ଚାଲୁଛି ତ କିଏ ବି ପାଣିରେ କେତେବେଳେ ଭାସି ଯାଉଛି । ଏପରି ଭୟଭୀତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି  ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥର କଇଁସାରୀ ଠାରେ ଥିବା ଜାମୁଘାଟରେ.। ଜାମୁଘାଟ ପୋଲ ଦବିଗଲା ପରେ ଲୋକଙ୍କ ଯାତାୟତ ନିମନ୍ତେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ଆଉ ସେଇ ପୋଲ ଆଜି ଲୋକଙ୍କ ପାଇଁ  କାଳ ସାଜିଛି...କାରଣ ପୋଲ ଉପରେ ଚାଲିଛି ଅଣ୍ଟା ପର୍ଯ୍ୟନ୍ତ ପାଣି।

ଚାରି ବର୍ଷ ପୂର୍ବରୁ ହଠାତ୍  ଜାମୁଘାଟର ପୋଲ ଦବିଗଲା । ନୂତନ ପୋଲ ନିର୍ମାଣ ନେଇ ଆରମ୍ଭ ହେଲା କାର୍ଯ୍ୟ। ଆଉ ଲୋକଙ୍କ ଯିବା ଆସିବା ପାଇଁ  ହୋମପାଇପ୍ ପକାଇ ଗୋଟିଏ ଅସ୍ଥାୟୀ ପୋଲ ନିର୍ମାଣ କରାଗଲା । ହେଲେ ପୋଲଟି ଅତି ତଳିଆ ହୋଇଥିବାରୁ ବର୍ଷାଦିଲେ ଏହା ଉପରେ ପାଣିର ପ୍ରବଳ ସ୍ରୋତ ଚାଲେ । ଗତ ଜୁଲାଇ ୨୧ ତାରିଖରେ ଏହି ନଦୀ ପାର ହେଉଥିବା ବେଳେ ଜଣେ ବ୍ୟକ୍ତି ଭାସିଯାଇଥିଲେ ଏବଂ ପରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କ ଦ୍ୱାରା ସେ ଉଦ୍ଧାର ହୋଇଥିଲେ । ସେହିପରି ଗତ ୯ ତାରିଖରେ ଏହି ପୋଲ ପାର ହେଉଥିବା ବେଳେ ନଦୀ ସୁଅରେ ବାଇକ୍ ସହ ଫସିଥିଲେ ୩ ଯୁବକ । ଅଳ୍ପକେ ବଡ ବିପଦରୁ ବଂଚିଥିଲେ । ଖାଲି ସେତିକି ନୁହେଁ, ତାହାର ଦୁଇ ଦିନ ପରେ ଅନ୍ୟ ଜଣେ ଯୁବକ ବାଇକ୍ ସହ ଭାସିଥିବା ବେଳେ ନିଜେ ଜୀବନ ବଂଚାଇ ଫେରିଥିଲେ ସୁଦ୍ଧା ଆଉ ବାଇକ୍ ଟିକୁ ପାଇନଥିଲେ । ତେବେ ଏ ବାବଦରେ ପୂର୍ତ ବିଭାଗ ଯନ୍ତ୍ରୀ ବା ଏସଡିଓ କେହି ବି  କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।

ଅସ୍ଥାୟୀ ପୋଲ ଏବେ ନଦୀ ସୁଅରେ ବୁଡି ରହି ପୁରା ଭାଙ୍ଗିବା ଅବସ୍ଥାକୁ ଆସିଲାଣି । ତଥାପି ଏହା ଏକ ମାତ୍ର ରାସ୍ତା ହୋଇଥିବାରୁ ଲୋକେ ବାଧ୍ୟ ହୋଇ ନିଜ ଜୀବନକୁ ପାଣି ଛଡ଼େଇ ଯାଆସ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲଵା କେବେ ପ୍ରଶାସନ ଏ ସମସ୍ୟାର ସମାଧାନ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
road problem in mayurbhanj | Argus News