Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଲଖମା ରାସ୍ତା, ଲୋକେ ହୀନସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖାଲଖମା ରାସ୍ତା, ଲୋକେ ହୀନସ୍ତା

ଅର୍ଗସ ବ୍ୟୁରୋ:   ସ୍ୱାଧୀନତାର ସାତ ଦଶନ୍ଧି ଓ ପୂର୍ବ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ଆଦିବାସୀଙ୍କୁ ଅଣଦେଖା...ନାଲି ମାଟି ଓ ଖାଲଖମା ରାସ୍ତା ସାଜିଛି ନିତିଦିନ ଚାଲିବାର ମାଧ୍ୟମ । କେଉଁଠି ବଡ଼ବଡ଼ ଖାଲ ତ କେଉଁଠି ମେଞ୍ଚା ମେଞ୍ଚା କାଦୁଅ...କେଉଁଠି ବର୍ଷା ପାଣିରେ ରାସ୍ତା ଦୋଇ ହୋଇଯାଇଛି ତ କେଉଁଠି ଦେଖାଯାଉଛି ମେଟାଲ୍...ପୂର୍ବ ବିଜେଡ଼ି ସରକାର  ଓ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଲୋକେ ଭଗୁଛନ୍ତୀ ଜମ ଯନ୍ତ୍ରଣା। ଏ ଦୃଶ୍ୟ ଆଦିବାସି ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ଗ୍ରାମପଞ୍ଚାୟତ ର ବରାଜିଆଣି ଓ ଖଣ୍ଡଦେଉଳି ଗ୍ରାମର। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ରାସ୍ତା କୋର୍ଟ ,କଚେରି,ତହସିଲ, ବ୍ଲକ,ଥାନା,ବିଦ୍ୟାଳୟ ଆଦିକୁ ଯିବାର ମୁଖ୍ୟ ରାସ୍ତା...  ପଞ୍ଚାୟତର ୧୩ଟି ଗ୍ରାମର ୫୦୦୦ରୁ ଅଧିକ ଲୋକ ଏହି ରାସ୍ତାରେ ନିତିଦିନ ଯିବାଆସିବା କରନ୍ତି... କିନ୍ତୁ ରାସ୍ତାର ଅବସ୍ଥା ଦେଖନ୍ତୁ କେମିତି..ବେଳେତବେଳେ ପରିସ୍ଥିତି ଏମିତି ହୁଏ ଯେ କାହାର ସ୍ବାସ୍ଥ୍ଯାବସ୍ଥା ଖରାପ ହେଲେ ଆମ୍ବୁଲାନ୍ସ ଆସିବା ବି କଷ୍ଟ ହୋଇଯାଏ।

ଏହି ସମସ୍ୟା ନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କ ପାଖକୁ ୟାଇଥିଲୁ...ସେ କହିଥିଲେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବା ସହିତ WEO ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ଆଜିୟାଏଁ କୌଣସି ସୁଫଳ ମିଳି ପାରି ନାହିଁ। ଏବେ ରାଜ୍ୟରେ ସରକାର ବଦଳିଛି...ତେଣୁ ଏ ରାସ୍ତାର ଭାଗ୍ୟ ଖୁବ୍ ଶୀଘ୍ର ବଦଳିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବର ବିଜେଡି ସରକାର ପାଇଁ ଲୋକେ ଭୋଗୁଛନ୍ତି ଅନେକ ସମସ୍ୟା...ଏବେ ମୋହନ ସରକାରରେ ଲୋକଙ୍କ ମନରେ ନୂଆ ଆଶା ...ତେଣୁ ଖୁବଶୀଘ୍ର ଏଠାରେ ବିକାଶ ପହଁଚିବା ନେଇ ଲୋକେ ଆଶାବାଦୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in mayurbhanj | Argus News