Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଞ୍ଚାୟତକୁ ଯିବାକୁ ଏକ ମାତ୍ର ରାସ୍ତା, ସେ ବି ଭାଙ୍ଗିଯାଇଛି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପଞ୍ଚାୟତକୁ ଯିବାକୁ ଏକ ମାତ୍ର ରାସ୍ତା, ସେ ବି ଭାଙ୍ଗିଯାଇଛି

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଲପୋଷି ପଞ୍ଚାୟତ ଦେଇ ଯାଇଥିବା ମିଲୁଡ଼ିହି ଏବଂ ଜରାସାହି ଗ୍ରାମକୁ ଏବଂ ପୋଡେଶୀ ଦୁଧିଆଣି ପଞ୍ଚାୟତକୁ ଯିବାକୁ ଏକ ମାତ୍ର ରାସ୍ତା। ପ୍ରତେକ ଦିନ କୁଲପୋଷି ପଞ୍ଚାୟତ କୁ ଗ୍ରାମବାସୀ ମାନେ ଯାତାୟାତ କରିଥାନ୍ତି। ରାସ୍ତା ଖରାପ ସାଙ୍ଗକୁ  ଘଡ଼ା ଗାଧୁଣି ନଦୀର ପୋଲଟି ଦୀର୍ଘ ବର୍ଷ ହେବ ଭାଙ୍ଗି ପଡ଼ିରହିଛି। କେତେବେଳେ ଯେ ଭୁଶୁଡି ପଡିବ ତାହା କହିହେବନି। ଦୁର୍ଘଟଣା ଘଟିବା ପୂର୍ବରୁ ମରାମୋତି କରାଯିବା ପାଇଁ ଦାବି ହେଉଛି।

କୁଳୁପୋଷି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଏବଂ କଲଭଟର ଅବସ୍ଥା ଅତି ସଚନୀୟ ହୋଇପଡିଛି ପ୍ରତ୍ୟେକ ଦିନ କିଛିନା କିଛି ଦୁର୍ଘଟଣା ଘଟୁଛି, କୁଲପୋଷି ପଞ୍ଚାୟତ ରୁ ଏହି ରାସ୍ତା ଦେଇ ମିଲୁଡ଼ିହି, ଜରାସାହି ଗ୍ରାମକୁ ପ୍ରତେକ ଦିନ ଗ୍ରାମବାସୀ ଯାତାୟାତ କରିଥାନ୍ତି। ମେଡିକାଲ କୁ ଯିବା ଆସିବା ପାଇଁ 108 ଆମ୍ବୁଲାନ୍ସବହୁ କଷ୍ଟରେ ଯାଇଥାଏ। ଗ୍ରାମବାସୀ  ହାଟକୁ ଯିବା,ବେପାର ବାଣିଜ୍ୟ କରିବା ପାଇଁ ଫେରିବାଲା ଗାଁ କୁ ବହୁତ କଷ୍ଟରେ ଯାତାୟାତ କରିଥାନ୍ତି। ବର୍ଷା ଦିନରେ ପୁରା ବିଛିନ୍ନ ହୋଇଯାଏ ଗ୍ରାମ ରୁ ପଂଚାୟତ, ଲୋକେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ଦୀର୍ଘ ବର୍ଷ ପଡିରହିଥିବା ଭଙ୍ଗା ପୋଲୋ ଏବଂ ରାସ୍ତା କେବେ ନିର୍ମାଣ ହେଉଛି ଏବଂ ସୁରୁଖୁରୁ ରେ ଯାତ୍ରୀ ମାନେ ଯିବା ଆସିବା କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in mayurbhanj | Argus News