ପିଚୁ ପରସ୍ତ ପରସ୍ତ ହୋଇ ଉଠୁଛି

ଅର୍ଗସ ବ୍ୟୁରୋ: ଗୋଟାଏ ଦିନରେ ସାରିଦେଲେ ୪ କିଲୋମିଟର ସଡ଼କର ଉନ୍ନତୀକରଣ। 7 ଦିନ ବି ରହିଲାନି ପିଚୁ। ହାତରେ କାଢ଼ିଲେ ଉଠୁଛି ପରସ୍ତ ପରସ୍ତ । ନା ଅଛି ସୂଚନା ଫଳକ । ନିମ୍ନ ମାନର କାମ କରି ଠିକାଦାର ଓ ସରକାରୀ ବାବୁ ମିଳିମିଶି ଖାଇଦେଲେ ଲକ୍ଷାଧିକ ଟଙ୍କାର ପିଚୁ। ଆକଳନ ଠାରୁ ଢେର କମ ମୂଲ୍ୟରେ ରାସ୍ତା କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତା ବୟାନ କରୁଛି ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ଦକ୍ଷତାର ବାସ୍ତବ ଚିତ୍ର।
ବିନା ସୂଚନା ଫଳକରେ ୪୯ଲକ୍ଷ ଟଙ୍କାର କାମକୁ ଖାଇଦେଲେ ସରକାରୀ ବାବୁ ଓ ଠିକାଦାର । ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାମର ମାନ ଅତ୍ୟନ୍ତ ନିମ୍ନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ସାଜିଛି ନିରବ ଦ୍ରଷ୍ଟା । ପୁନଃଶ୍ଚ ସମ୍ପୂର୍ଣ୍ଣ ପିଚୁକୁ ଉଠାଇ ଆଉ ଥରେ ନୂତନ କାମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ରାସ୍ତା ମହା ଦୁର୍ନୀତି । ମୟୂରଭଞ୍ଜ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାମର ହେବକି ତଦନ୍ତ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: