Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଦୁଅ ରାସ୍ତା କରୁଛି କଲବଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଦୁଅ ରାସ୍ତା କରୁଛି କଲବଲ

ଅର୍ଗସ ବ୍ୟୁରୋ:  ଗାଁକୁ ଅଡୁଆ କାଦୁଅ ରାସ୍ତା...ରାସ୍ତା ଦେଖିଲେ ଜଣା ପଡୁନି ଏହା ରାସ୍ତା ନା କାଦୁଅ ପଚ୍ ପଚ୍ ଜମି। ଯେଉଁଠି ଦେଖ ବଡ ବଡ ଖାଲ ସହ କାଦୁଅ । କଲବଲ କରୁଛି ଏହି ରାସ୍ତା। ବିକାଶ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧୁସିତ ମୟୂରଭଞ୍ଜ ରାଇରଙ୍ଗପୁର କଲରାବଣି ଗାଁରେ | ଗାଁରେ 100ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ। ଦୁଇ କିଲୋମିଟର ରାସ୍ତା କାଦୁଅ ପଚ ପଚ ରହିଛି | ଫଳରେ ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ..କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଗାଁ ଲୋକ ।

ଖାଲି ରାସ୍ତା କାହିଁକି ଗାଁରେ ପନୀୟ ଜଳ ସମସ୍ୟ ମଧ୍ୟ ଉତ୍କଟତର। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଗାଁରେ ଫେଲ୍ ମାରିଛି। ଗାଁରେ ପାଞ୍ଚଟି ନଳକୂପ ଥିବା ବେଳେ ୪ଟି ଖରାପ।  ଗୋଟାଏ ନଳକୂପ ପାଣି ଅଞ୍ଛଳବାସୀଙ୍କ ପାଇଁ ନିଅଣ୍ଟ ହେଉଛି। ଦୁର୍ଗମବାସୀଙ୍କୁ ବିକାଶ ଧୋକା। ରାସ୍ତା ପାଇଁ କଲବଲ ଓ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଦୁର୍ଗମବାସୀ। ଏମାନଙ୍କ ପାଇଁ ପକ୍କା ସଡକ ଓ ବିଶୁଦ୍ଧ ପାନୀୟ ଜଳ ଆଜିବି ସାତ ସପନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in mayurbhanj | Argus News