Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନା ଅଛି ରାସ୍ତା, ନା ମିଳୁଛି ମୌଳିକ ସୁବିଧା

Odisha

ନା ଅଛି ରାସ୍ତା, ନା ମିଳୁଛି ମୌଳିକ ସୁବିଧା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନା ଅଛି ରାସ୍ତା, ନା ମିଳୁଛି ମୌଳିକ ସୁବିଧା

ଅର୍ଗସ ବ୍ୟୁରୋ: ବଣଜଙ୍ଗଲ, ଖାଲଖମା ରାସ୍ତା, ଅପହଞ୍ଚ ଇଲାକା। ଯୁଆଡେ ଦେଖିବେ କେବଳ ଜଙ୍ଗଲ ଆଉ ଜଙ୍ଗଲ। ଗାଁକୁ ଯିବାକୁ ବି ନା ଅଛି ରାସ୍ତା, ପହଞ୍ଚି ପାରିଛି ବିକାଶ। ଯେଉଁଠି, ମୌଳିକ ସୁବିଧା ରାସ୍ତାର ଅଭାବ, ସେଠି ଶିକ୍ଷା, ସ୍ଵାସ୍ଥ୍ୟ ଓ ବାସଗୃହ କଥା କିଏ ବା ପଚାରେ। ଆପଣ ବି ଭାବୁଥିବେ, ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି କେଉଁଠି ଅଛି ଏଭଳି ଅଞ୍ଚଳ। ହଁ, ଆଜ୍ଞା ଆଜି ବି ଆମ ରାଜ୍ୟରେ ଏପରି ଅଞ୍ଚଳ ଅଛି ଯେଉଁଠି ମୌଳିକ ସୁବିଧା ସାତ ସପନ। ବଣ ପାହାଡ଼ ଘେରାରେ ଲୁଚି ରହିଥିବା ଏ ଅଞ୍ଚଳ ହେଲା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କୁନିନାଲ।

ଏହି ଗାଁର ସ୍ଥିତି ପରଖିବାକୁ ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲୁ। ଯେଉଁଠି ସୂର୍ଯ୍ୟ ଅସ୍ତ ହେଲେ ବୁଡିଯାଏ ଲୋକଙ୍କ ଭାଗ୍ୟ। ଗତ ଅକ୍ଟୋବର ୨୨ ତାରିଖରେ ଏହି ଅଞ୍ଚଳରୁ ଆସିଥିଲା ଅଭାବନୀୟ ଚିତ୍ର। ଦୁଇ ଜଣ ଗର୍ଭବତୀଙ୍କୁ ଅନ୍ଧାର ରାତିରେ ଖଟିଆରେ ପାଖାପାଖି ତିନି କିଲୋମିଟର ବୋହିଥିଲେ ସ୍ଥାନୀୟ ଲୋକେ। କେବଳ ରାସ୍ତା ନୁହେଁ, ପାନୀୟଜଳ ସମସ୍ୟା ତ କହିଲେ ନ ସରେ। ଗାଁ ଠାରୁ କାହିଁ ଦୂରରେ ତିଆରି ହୋଇଛି ନଳକୂପ। ଯେଉଁଠିକୁ ସୂର୍ଯ୍ୟ ବୁଡିଲେ ଯିବାକୁ ଭୟ କରନ୍ତି ଲୋକେ।

କେବଳ ସେତିକି ନୁହେଁ କହିବାକୁ ଗଲେ ଏ ଗାଁ ର କୋମଳମତି ଶିଶୁଙ୍କ ଭବିଷ୍ୟତ ମଧ୍ୟ ସେଇ ଅନ୍ଧାର ମଧ୍ୟରେ ବୁଡ଼ିଯାଇଛି। ସ୍କୁଲ କଣ ଏମାନଙ୍କୁ ଜଣାନାହିଁ ଶିକ୍ଷା ତ ଦୂରର କଥା। ଆଉ ସ୍ଥାନୀୟ ଲୋକେ ଭତ୍ତା ଓ ରାସନ ସାମଗ୍ରୀ ପାଇଁ ୮ କିମିର ଲମ୍ଵା ଯାତ୍ରା କରନ୍ତି ଲୋକେ। ଭୋଟ ସମୟରେ ନେତାଙ୍କ ପ୍ରତିଶୃତି କଟା ଘାରେ ଚୂନ ବୋଳିଲା ଭଳି ଲାଗେ। କିନ୍ତୁ ଅନିଶ୍ଚିତତା ଭିତରେ କାଳତିପାତ କରୁଛନ୍ତି ଲୋକେ। ଏମାନଙ୍କ ଦୁଃଖ ଆଉ ଗାଁର ସ୍ଥିତି ଦେଖିଲେ ରାଜ୍ୟ ସରକାରଙ୍କ ବିକାଶ ନାରା ଉପରେ ପ୍ରଶ୍ନ ଉଠିବା ସ୍ଵଭାବିକ୍। ଝାଟିମାଟିର ଘର ଆଉ ଖାଲ ଖମା ରାସ୍ତା ସାଙ୍ଗକୁ ସଞ୍ଜ ପରର କିଟିକିଟି ଅନ୍ଧାର ଭିତରେ ବୁଡି ଯାଇଛି ଏମାନଙ୍କ ଭବିଷ୍ୟତ। ଦେଖିବାକୁ ବାକି ରହିଲା କେବେ ଉଁଇବ କୁନିନାଲରେ ବିକାଶର ସୂର୍ଯ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus Whatsapp Channel Mobile Top
Sponsored
road problem in nabarangpur | Argus News