Videos
|
Odisha

ପ୍ରହସନ ପାଲଟିଛି ପକ୍କା ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରହସନ ପାଲଟିଛି ପକ୍କା ରାସ୍ତା

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ରାସ୍ତା ଦୁର୍ଦ୍ଦଶା । ପ୍ରହସନ ପାଲଟିଛି ପକ୍କା ରାସ୍ତା । ନାଲି ମାଟି ରାସ୍ତା ପାଲଟିଛି ଯାତାୟତର ମୁଖ୍ୟ ମାଧ୍ୟମ। ଏ ହେଉଛି ନବରଙ୍ଗପୁର ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତର ଜଡ଼ାବନ୍ଧ,ଭାଲୁସାହି,ବାଲିଆବେଡାକୁ ସଂଯୋଜ କରୁଥିବା ରାସ୍ତା। ନାଲିମାଟିର କଚ୍ଚା ରାସ୍ତା ପାଇଁ ବର୍ଷା ପାଲଟିଛି କାଳ। ଅସରାଏ ବର୍ଷା ହେଲେ ରାସ୍ତା ହାଲ୍ ବେହାଲ୍। କାଦୁଅ ପଚପଚ ରାସ୍ତାରେ ଚାଲିକି ଯିବା କଷ୍ଟକର ହୋଇ ପଡିଥିବା ବେଳେ ଗାଡି ଚଲାଇବା କାଠିକର ପାଠ ପାଲଟିଯାଏ।

ରାସ୍ତା ସମସ୍ୟା ପାଇଁ ବର୍ଷା ଦିନରେ ଜଡ଼ାବନ୍ଧ,ଭାଲୁସାହି, ବାଲିଆବେଡା ଗାଁକୁ ଆମ୍ବୁଲାନ୍ସ ଭଳି ଚାରିଚକିଆ ଆସିପାରୁନି। ଫଳରେ ଜରୁରୀକାଳିନ ପରିସ୍ଥିତିରେ ଆତଯାତରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ପ୍ରତିଶ୍ରୁତି ନାଁରେ ପ୍ରତାରଣା ଦେଉଥିବା ଅଭିଯୋଗ ହୋଇଛି। ୨୫ ବର୍ଷର ପୂର୍ବ ବିଜେଡି ସରକାର ସଡକ ଯୋଜନାରେ ବହୁ ଅର୍ଥ ଖର୍ଚ୍ଚ କରି ବାହାବାହି ନେଉଥିବା ବେଳେ ଏବେବି ଅନେକ ଅଞ୍ଚଳ ରହିଛି ଯେଉଁଠି ପକ୍କା ରାସ୍ତା ଅପହଞ୍ଚ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
road problem in nabarangpur umerkote | Argus News