Videos
|
Odisha

ହାତୀସରା ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହାତୀସରା ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ

ଅର୍ଗସ ବ୍ୟୁରୋ:   ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିଆଳଲଟି ପଞ୍ଚାୟତ କରଙ୍ଗା ଭଟା ରୁ ହାତୀସରା ଗାଁ କୁ ଯିବା ପାଇଁ ରାସ୍ତା । ଏହି ରାସ୍ତା କୁ ଦେଖିଲେ ଆପଣ ବୁଝି ପାରିବେ ସରକାର ଙ୍କ ବିକାଶ ର ଅସଲ ଚିତ୍ରକୁ । ବର୍ଷ ବର୍ଷ ଧରି ଏହି ଶୋଚନୀୟ ରାସ୍ତା ଦେଇ ଲୋକେ ଯିବା ଆସିବା କରୁଛନ୍ତି । ବର୍ତ୍ତମାନ ସିନା ଚଳି ଯାଉଛି ହେଲେ ବର୍ଷା ଦିନର କଥା କହିଲେ ନସରେ।

ନୂଆପଡ଼ା ଜିଲ୍ଲାର ଏହି ଅଞ୍ଚଳ ହେଉଛି ଉପାନ୍ତ ଅଞ୍ଚଳ । ଲୋକେ ନିଜର ମୌଳିକ ସୁବିଧା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି ।ଅନେକ ଥର ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ଗୁହାରି କଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ନିର୍ବାଚନ ସମୟରେ ବିଦ୍ୟୁତ, ପାନୀୟଜଳ, ଗମନାଗମନ ,ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଫେଳ ମାରିଥିବା କହିଛନ୍ତି ସ୍ଥାନୀୟ ଲୋକେ । କେବେ ଜିଲ୍ଲା ପ୍ରଶାସନ ର ସୁଦୃଷ୍ଟି ପଡ଼ିବ ଏବଂ କରଙ୍ଗାଭଟା ଗାଁ ଲୋକଙ୍କ ପାଇଁ ଭଲ ରାସ୍ତା ଟିଏ ନିର୍ମାଣ ହେବ ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
road problem in nuapada | Argus News