Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେହାଲ ରାସ୍ତା ଲୋକେ ହିନସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବେହାଲ ରାସ୍ତା ଲୋକେ ହିନସ୍ତା

ଅର୍ଗସ ବ୍ୟୁରୋ:  କିଭଳି ଖାଲ ଖମା ସହ କାଦୁଅରେ ଭରି ରହିଛି ପୁରା ରାସ୍ତା । 25 ବର୍ଷର ବିଜେଡି ସରକାରରେ ନୂଆପଡ଼ା ଜିଲ୍ଲା କୋଟେନଚୁଆଁ ପଞ୍ଚାୟତ ଖଜୁରୀ ବାହାଲ ଗାଁକୁ ହୋଇପାରିଲାନି ପକ୍କା ରାସ୍ତା । ଯାନ ବାହାନ କଥା ଛାଡ଼ନ୍ତୁ ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ବିପଦପୂର୍ଣ୍ଣ । ସୁନାରିଟାଲ୍ ରୁ ଖଜୁରୀ ବାହାଲ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ଯୁଆଡ଼େ ଦେଖିବେ ବଡ଼ ବଡ଼ ଖାଲ । ଦୀର୍ଘ ଦିନର ସ୍ଥିର ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିଲା ଏହି ରାସ୍ତା ହିଁ ସତ ବୟାନ କରୁଛି । ବିଶେଷ କରି ବର୍ଷା ଦିନେ ଲୋକଙ୍କ ଅବସ୍ଥା ନକହିଲେ ଭଲ । ଛଅ ମାସ ତଳେ ଏହି ରାସ୍ତା କାମ ହୋଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ରାସ୍ତା ମରାମତି ନେଇ ଆଜି ଯାଏ ପ୍ରଶାସନର ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି । ସେପଟେ ଶୋଚନୀୟ ରାସ୍ତା କାମରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କହିଛନ୍ତି ନୂଆପଡ଼ା ବ୍ଲକ ଉନ୍ନୟନ ଅଧିକାରୀ । କିନ୍ତୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ...  ନୂଆ ସରକାରରେ ମୌଳିକ ସୁବିଧା ପାଇବେ ବୋଲି ଆଶାବାଦୀ ଅଛନ୍ତି ଖଜୁରୀ ବାହାଲ ଗାଁଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problem in nuapada | Argus News