ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଗାଁକୁ ନାହିଁ ଭଲ ରାସ୍ତା

ଅର୍ଗସ ବ୍ୟୁରୋ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ଗାଁକୁ ନାହିଁ ଭଲ ରାସ୍ତା । ଏବେ ଲୋକଙ୍କ ଦାବି ରାସ୍ତା ନାହିଁ ତ ଭୋଟ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏହି ଦୃଶ୍ୟ ହେଉଛି ସମ୍ବଲପୁର ଜମନକିରା ବ୍ଲକ ଭୋଇପାଲି ଗ୍ରାମର ଦୃଶ୍ୟ । ଗ୍ରାମକୁ ମୁଖ୍ୟତଃ ୪ଟି ସଡ଼କ ପଞ୍ଚାୟତ, ବ୍ଳକ ଓ ଜିଲ୍ଲା ମୁଖ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ସହ ସଂଯୋଗ କରୁଛି । ହେଲେ ସମସ୍ତ ରାସ୍ତା ପଞ୍ଚାୟତ ଅଧୀନ ମାଟି ରାସ୍ତା ହୋଇ ରହିଛି । ଭୋଇପାଲି-ଧୁଡ଼ିପାଲି ଭାୟା ବାରିହାଡିହ ରାସ୍ତା ପଞ୍ଚାୟତ ମୁଖ୍ୟାଳୟକୁ ସଂଯୋଗ କରୁଛି। ଏହି ରାସ୍ତା ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ବିଭିନ୍ନ କାମ ଓ ପିଡିଏସ୍ ଚାଉଳ ଆଣିବାରେ ଗ୍ରାମବାସୀଙ୍କୁ ଅନେକ ଅସୁବିଧା ହେଉଛି ।
ଧୁଡ଼ିପାଲି ପଞ୍ଚାୟତ ଭୋଇପାଲି ଏକ ରାଜସ୍ୱ ଗ୍ରାମ। ଯାହାର ଭୋଟର ସଂଖ୍ୟା ପ୍ରାୟ ୭୫୦ ଅଟେ। ପୂର୍ବରୁ ଅନେକ ନେତା, ବିଧାୟକ ଓ ସରକାରୀ ଅଧିକାରୀଙ୍କୁ ବାରମ୍ବାର ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଗ୍ରାମବାସୀଙ୍କ ଏକ ପ୍ରତିନିଧା ମଣ୍ଡଳୀ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ଲିଖିତ ଜଣାଇଛନ୍ତି। ନିର୍ବାଚନ ପୂର୍ବରୁ ନେତା ଆସନ୍ତି ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ଏବେ ଆଉ ପ୍ରତିଶ୍ରୁତି ନୁହେଁ ରାସ୍ତା ନିର୍ମାଣ ହେଲାପରେ ଭୋଟ ଦେବେ ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: