Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ରାସ୍ତା କାମ

Banajyotshna Ray
Browse all articles by Banajyotshna Ray
·2 years ago
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ରାସ୍ତା କାମ

ଅର୍ଗସ ବ୍ୟୁରୋ: ଦୁର୍ଗମରେ ହେଉଛି ରାସ୍ତା ଚୋରୀ। ଶୁଣିବାକୁ ଅଡୁଆ ଲାଗୁଥିଲେବି ଏଭଳି ଅଭିଯୋଗ ଆଣିଛନ୍ତି  ପୋଡାଗୁଡା ଗ୍ରାମବାସୀ।  ମାଲକାନଗିରି ମାଥିଲି ବ୍ଲକ ପାଙ୍ଗାମ ପଞ୍ଚାୟତର ପୋଡାଗୁଡା ଗାଁ। ଗ୍ରାମବାସୀଙ୍କ ଅଭିଯୋଗ ହେଲା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ରାସ୍ତା କାମ । ନାମ ଫଳକ ପରିବର୍ତ୍ତନ କରିବାକୁ ଭୁଲି ଯାଇ ଗାଁ ସିସି ରାସ୍ତାକୁ ଆଶ୍ରମ ବିଦ୍ୟାଳୟରେ ନିର୍ମାଣ କରାଯାଇଛି ।

ଗ୍ରାମବାସୀଙ୍କ ଅଭିଯୋଗ କେତେକ ଅସାଧୁ ଅଧିକାରୀ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତିକରଣ ପରିବର୍ତ୍ତେ ଆସୁଥିବା ଅର୍ଥକୁ ଅନ୍ୟ ସ୍ଥାନରେ ବିନିଯୋଗ କରୁଛନ୍ତି । କିନ୍ତୁ ନାମ ଫଳକ ପରିବର୍ତ୍ତନ କରୁ ନାହାନ୍ତି । ଏହାକୁ ବିରାଧକରି ସ୍ଥାନୀୟ ଲୋକ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସରକାର କହୁଛନ୍ତି ଗ୍ରାମାଞ୍ଚଳର ବିକାଶ ହେଉଛି ମାତ୍ର ଅସାଧୁ ଅଧିକାରୀଙ୍କ ମନମାନି ପାଇଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରିହ ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problems in malkangiri | Argus News