Kalinga Ghat / ୨ମାସ ପରେ କଳିଙ୍ଗା ଘାଟିରେ ଖୋଲିଲା ରାସ୍ତା

Key Points
ଭୂସ୍ଖଳନ ଯୋଗୁଁ ଘାଟିରେ ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ୍ କରିଦେଇଥିଲା ଜିଲ୍ଲା ପ୍ରଶାସନ
ହାଲୁକା ଯାନ ଚଳାଚଳ କୋହଳ, ସମ୍ପୂର୍ଣ୍ଣ ବନ୍ଦ ରହିଛି ଭାରି ଯାନ ଓ ବସ୍ ଚଳାଚଳ
୨ମାସ ପରେ କଳିଙ୍ଗା ଘାଟିରେ ଖୋଲିଲା ରାସ୍ତା । କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ । ତ୍ଵରାନିତ କରାଗଲା ଘାଟିରେ ଜାରି ରାସ୍ତା ନିର୍ମାଣ କାର୍ଯ୍ୟ । ଗଞ୍ଜାମ- କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି । ବାତ୍ୟା ମୋନ୍ଥା ପ୍ରଭାବରେ ହେଉଥିବା ବର୍ଷା ପାଇଁ ଯାତାୟାତ ବନ୍ଦ ଥିଲା । ଦୁର୍ଗାପ୍ରସାଦ ଏବଂ ଉପରମୁଣ୍ଡରେ ରହିଥିବା କନ୍ଧମାଳ ଜିଲ୍ଲାର କଳିଙ୍ଗା ଠାରେ ବ୍ୟାରିକେଡ଼ କରି ଘାଟି ରାସ୍ତାକୁ ସିଲ୍ କରାଯାଇଥିଲା ।
ବର୍ଷା କମିବା ପରେ ଏବେ ଉଭୟ ପାର୍ଶ୍ବରୁ ବ୍ୟାରିକେଡ଼କୁ ହଟାଇ ଦିଆଯାଇଛି । ଘାଟି ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ଵରାନିତ କରାଯାଇଛି । ଏବେ ବି ଘାଟି ରାସ୍ତାରୁ ବିପଦ ଟଳିନଥିବା ବେଳେ କିଛି ଛୋଟ ଛୋଟ ଗାଡ଼ି ଚଳପ୍ରଚଳ କରୁଥିବା ନଜରକୁ ଆସୁଛି । ଯାନ ଚଳାଚଳ କରିବାକୁ ଏପର୍ଯ୍ୟନ୍ତ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।
ଏଥିସହ ପଢ଼ନ୍ତୁ: ୧୦ ଜିଲ୍ଲାରେ ବୁଲିବ ବାଲିଯାତ୍ରାର ପ୍ରଜ୍ଞାପନ ମେଢ଼, ସଚେତନ କରିବା ସହ ଦେବ ନିମନ୍ତ୍ରଣ
ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭ ତାରିଖରେ କଳିଙ୍ଗା ଘାଟି ପୁଣି ଧସି ଯାଇଥିଲା । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇଯାଇଥିଲା । ଫଳରେ କଳିଙ୍ଗା ଘାଟି ଦେଇ କନ୍ଧମାଳର ଜି.ଉଦୟଗିରିରୁ ଗଞ୍ଜାମର ଦୁର୍ଗାପ୍ରସାଦକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା ।
ଅହୁରି ପଢ଼ନ୍ତୁ: ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ
ଏହି ରାସ୍ତା ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ୧୦ ଦିନରେ ଘାଟି ରାସ୍ତା ଖୋଲାଯିବ ବୋଲି କହିଥିଲା ପ୍ରଶାସନ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଜାରି ରଖିଥିଲା । ମାତ୍ର ବାରମ୍ବାର ବର୍ଷା କାରଣରୁ ରାସ୍ତା ମରାମତି କାମରେ ବାଧା ଉପୁଜିଥିଲା । ଶେଷରେ ଦୀର୍ଘ ୪୬ ଦିନ ପରେ ଖୋଲିଛି କଳିଙ୍ଗା ଘାଟି ରାସ୍ତା । ୨ମାସ ପରେ ହାଲୁକା ଯାନ ଚଳାଚଳ କୋହଳ ହୋଇଛି ଭାରି ଯାନ ଓ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories