Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Traffic Rule Violation / ସଡ଼କରେ କଡ଼ା ଚେକିଂ, ପ୍ରଥମ ଦିନରେ କଟିଲା ୧୭ ହଜାରରୁ ଅଧିକ ଚାଲାଣ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·1 min read
ସଡ଼କରେ କଡ଼ା ଚେକିଂ, ପ୍ରଥମ ଦିନରେ କଟିଲା ୧୭ ହଜାରରୁ ଅଧିକ ଚାଲାଣ
RTO Fine

Key Points

ରାଜ୍ୟରେ ଆରମ୍ଭ ହେଲା ସ୍ପେଶାଲ୍ ଡ୍ରାଇଭ୍
ନିୟମ ଭଙ୍ଗିଲେ ଭାରି ଜରିମାନା
ଗୋଟିଏ ଦିନରେ ୯.୫୭ କୋଟି ଫାଇନ୍
ରାଜ୍ୟବ୍ୟାପୀ ଜାରି ରହିଛି ସଡ଼କ ସୁରକ୍ଷା ଅଭିଯାନ । ଏହି ଅଭିଯାନର ପ୍ରଥମ ଦିନରେ ୧୭ ହଜାର ୮୩୧ ଜଣ ଅମାନିଆଙ୍କ ବିରୋଧରେ କଟାଯାଇଛି ଫାଇନ୍‌ । ୯ କୋଟି ୫୭ ଲକ୍ଷ ୫୯ ହଜାର ୫୦୪ ଟଙ୍କାର ଜରିମାନା ହେବା ସହ ୬୪ଟି ଗାଡ଼ି ଅଟକ ରହିଛି ।

ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଡ଼କ ସୁରକ୍ଷାକୁ ନେଇ ସ୍ବତନ୍ତ୍ର ଅଭିଯାନ । ପ୍ରଥମ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟର ଯାନ ଆଇନ ଉଲ୍ଲଙ୍ଘନ ଯୋଗୁଁ ଉଲ୍ଲଂଘନକାରୀଙ୍କ ବିରୋଧରେ ଜାରି ହୋଇଛି ୧୭ ହଜାର ୮୩୧ ଟି ଇ-ଚାଲାଣ । ଚାଲାଣ ବାବଦରେ ୯ କୋଟି ୫୭ ଲକ୍ଷ ୫୯ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି ।

କେବଳ ଏତିକି ନୁହେଁ ସଡ଼କ ସୁରକ୍ଷା ନିୟମର ଗୁରୁତର ଉଲ୍ଲଂଘନ ଯୋଗୁଁ ୬୪ଟି ଗାଡ଼ିକୁ ଅଟକ ରଖାଯାଇଛି । ପ୍ରତିଦିନ ଉଭୟ ସକାଳେ ଓ ସନ୍ଧ୍ୟାରେ ଏଭଳି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୩୧ ଯାଏଁ ଏହି ସ୍ବତନ୍ତ୍ର ଅଭିଯାନ ଚାଲିବ । କେବଳ ଏନଫୋର୍ସମେଣ୍ଟ ନୁହେଁ ଏହି ସମୟ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରଟିଓମାନେ ହାତକୁ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strict Road Checking Drive: Over 17,000 Challans Issued on Day 1 | Argus News