Videos
|
Odisha

ଲଗାଣ ବର୍ଷା ପ୍ରଭାବରେ ଧସିଲା ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲଗାଣ ବର୍ଷା ପ୍ରଭାବରେ ଧସିଲା ରାସ୍ତା

ଅର୍ଗସ ବ୍ୟୁରୋ:  ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ବନ୍ୟା ପରିସ୍ଥିତିରୁ ତ୍ରାହି ମିଳିଥିବା ବେଳେ ଘାଟିର ରାସ୍ତା ଅବସ୍ଥା କିନ୍ତୁ ବିଗିଡି ଯାଇଛି। ରାସ୍ତାର ଅନେକ ସ୍ଥାନ ଦବି ଯାଇଛି। ବହୁ ସ୍ଥାନରୁ ମାଟି ଧସି ଯାଇଛି। କିଛିକିଛି ସ୍ଥାନରେ ରାସ୍ତା ଖାଇ ଯାଇଛି। ଫଳରେ ମୋଟର ଯାତାୟତ କରିବାକୁ ବିପଦ ମନେ କରୁଛନ୍ତି । ଏ ହେଉଛି ବଣ୍ଡାଘାଟିର ମାଙ୍କଡ଼ଝଲା ରାସ୍ତା। ବିପଦସଂକୁଳ ଅବସ୍ଥାରେ ରହିଛି ରାସ୍ତା ଅବସ୍ଥା । ରାସ୍ତାର ଗୋଟିଏ ପାର୍ଶ୍ବର ମାଟି ଧସି ଯାଇଛି । ଟିକିଏ ଅସାବଧାନ ହେଲେ ଗାଡି ଆସି ଷାଠିଏ ଫୁଟ ତଳେ ପଡିବ। ମାତ୍ର ଜୀବନକୁ ବାଜିରେ ଲଗାଇ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।  ସେଭଳି ଖଇରପୁଟ ଠାରୁ ହଣ୍ଡରାହାଲ ଯାଏଁ ରାସ୍ତା ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି। 

ଶହଶହ ଲୋକଙ୍କ ସ ବୁ ଦିନିଆ ଯିବା ଆସିବାର ମାଧ୍ୟମ ହେଉଛି ଏହି ରାସ୍ତା। ମାତ୍ର ବର୍ଷା ପରେ ଏହି ରାସ୍ତା ଅବସ୍ଥା ଖରାପ ହୋଇଯାଇଛି।  କୌଣସି ମୁହୁର୍ତ୍ତରେ ଏଠି କିଛି ବି ଦୁର୍ଘଟଣା ହୋଇପାରେ ତେଣୁ ତୁରନ୍ତ ଏହାର ମରାମତି ପାଇଁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Road slippery due to heavy rain | Argus News