Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ରାସ୍ତାରୋକ, ପାଞ୍ଚ ଘଣ୍ଟା ପରେ ହଟିଲା ରାସ୍ତାରୋକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ରାସ୍ତାରୋକ, ପାଞ୍ଚ ଘଣ୍ଟା ପରେ ହଟିଲା ରାସ୍ତାରୋକ

ଅର୍ଗସ ବ୍ୟୁରୋ: ଗୁଦାରୀକୁ ଜଳ ଦୁଃଖ। ପାଣି ପାଇଁ ସ୍ଥାନୀୟ ଅଞ୍ଚଳରେ ହାହାକାର। ପ୍ରତି ବର୍ଷ ଖରାଦିନେ ଆସିଲେ ଗୁଦାରୀ ଗାଁର ଦୁଃଖ ବଢିଯାଏ । ପିଇବା ପାଣି ପାଇଁ ହଇରାଣ ହୁଅନ୍ତି ଗାଁ ଲୋକ । ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଳନ୍ତି ତିନିଖଣ୍ଡ ସାହିର ଲୋକ । ସେଥିରେ ପୁଣି ଅଧାଦିନ ନଳକୂପ ଅଚଳ ହୋଇପଡେ। ପରିସ୍ଥିତି ଏମିତି ହୁଏ, ଅନ୍ୟ ସାହିରୁ ପାଣି ଆଣି ଚଳନ୍ତି ଅଞ୍ଚଳବାସୀ।ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଲାଗି ଆସିଛି ପାଣି ସମସ୍ୟା ଆଉ ତା ସହ ବର୍ଷ ବର୍ଷ ଧରି ପାଣି ପାଇଁ ଦାବି କରି ଆସୁଛନ୍ତି ଅଞ୍ଚଳବାସୀ।  ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କର ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ନିରାସ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ତିନି ଖଣ୍ଡ ପଂଚାୟତବାସୀ ରାସ୍ତା ଉପରେ ଗରା, ବାଲ୍ଟି, ହାଣ୍ଡି ଥୋଇ ଆନ୍ଦୋଳନ କରିଥିଲେ।

ଦୀର୍ଘ ସମୟର ଆନ୍ଦୋଳନ ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ରାସ୍ତାରୋକ ଉଠିଛି। ଏବେ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗେଇବା ପାଇଁ ପ୍ରଶାସନ ପ୍ରତିଶୃତି ଦେଇଥିବା ବେଳେ ଦଶ ଦିନ ଭିତରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ୨୪ ବର୍ଷର ସରକାର ପରେ ଲୋକଙ୍କୁ ମିଳିଛି ଜଳ ଯନ୍ତ୍ରଣା। ପାଣି ପାଇଁ ଗାଁ ଗାଁରେ ହାହାକାର। ଏପଟେ ପ୍ରଶାସନ ପ୍ରତିଶୃତି ଦେଇ ସାଜିଛି ନିରବଦ୍ରଷ୍ଟା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Roadblock for water, after five hours the roadblock was remo | Argus News