Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାନ ବିକା ଟଙ୍କା ନପାଇବାରୁ ଚାଷୀଙ୍କ ରାସ୍ତାରୋକ

Ritu Das
Browse all articles by Ritu Das
·2 years ago·1 min read
ଧାନ ବିକା ଟଙ୍କା ନପାଇବାରୁ ଚାଷୀଙ୍କ ରାସ୍ତାରୋକ

ଅର୍ଗସ ବ୍ୟୁରୋ: ଦୀର୍ଘ ଦିନ ଧରି ଧାନ ବିକା ଟଙ୍କା ନ ପାଇବାରୁ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଧାମରା ବାସୁଦେବପୁର ମୁଖ୍ୟ ରାସ୍ତାର ଚାନ୍ଦିମାଳ ନିକଟରେ ଚାଷୀ ମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।  ବାସୁଦେବପୁର ବ୍ଲକର ଗଦି ସେବା ସମବାୟ ସମିତି ଅଧୀନରେ ଚାଷୀ ମାନେ ଧାନ ଦେଇଥିବାବେଳେ ଆଜକୁ ବର୍ଷେ ହେବାକୁ ବସିଲାଣି ହେଲେ ଧାନ ବିକା ଟଙ୍କା ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିଲା ନାହିଁ। 

ଫଳରେ ଚାଷୀ ମାନେ ବାସୁଦେବପୁର- ଧାମରା ମୁଖ୍ୟ ରାସ୍ତାର ଚାନ୍ଦିମାଲ ଛକ ନିକଟରେ ରାସ୍ତାରୋକ କରିଥିଲେ । ଜାନୟାରୀ ମାସରେ ଚାଷୀ ମାନେ ଆଖି ସ୍କାନ କରି ଧାନ ଦେଇଥିଲେ । ହେଲେ ଟଙ୍କା ପାଇଁ ଆଜି କାଲି କହି ଦିନ ଗଡାଇ ଚାଲିଥିଲେ ସୋସାଇଟିର ସମ୍ପାଦକ । ପରେ ଚାଷୀ ମାନେ ଏ ବାବଦରେ ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରୁ ଜିଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଚାଷୀ ମାନେ ତାଙ୍କ ଧାନ ବିକା ଟଙ୍କା ପାଇନଥିଲେ । ଫଳରେ ବାଧ୍ୟ ହେଇ ଆଜି ଚାଷୀ ମାନେ ରାସ୍ତାରୋକ କରିଥିଲେ । ତୁରନ୍ତ ସେମାନଙ୍କୁ ତାଙ୍କର ଟଙ୍କା ମିଳିବାକୁ ଦାବି କରିଥିଲେ । ନ ହେଲେ ଚାଷୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Roadblocks of farmers | Argus News