Videos
|
Odisha

ରାସ୍ତା, ଭତ୍ତା, ଆବାସ, ଶୁଦ୍ଧ ପାନୀୟ ଜଳ ପାଲଟିଛି ସ୍ୱପ୍ନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାସ୍ତା, ଭତ୍ତା, ଆବାସ, ଶୁଦ୍ଧ ପାନୀୟ ଜଳ ପାଲଟିଛି ସ୍ୱପ୍ନ

ଅର୍ଗସ ବ୍ୟୁରୋ:  ବିକାଶ ଠାରୁ ବହୁ ଦୂରରେ ମଣ୍ଡା ଗାଁ। ନାଁ ପହଞ୍ଚିଛି ଯୋଜନା ନା ଲୋକ ପାଉଛନ୍ତି ମୌଳିକ ସୁବିଧାସୁଯୋଗ। ଆଧୁନିକ ଓ ଡିଜିଟାଲ ଯୁଗରେ ଏହି ଗାଁରେ ପହଞ୍ଚି ପାରିନି ବିଦ୍ୟୁତ ସେବା। ଏବେବି ଚାଳଛପର ଘରେ ରହି ସରକାରୀ ସହାୟତା ଅପେକ୍ଷାରେ ମଣ୍ଡାବାସୀ। ଯୁଆଡେ ଦେଖିବେ ଭଙ୍ଗା ଚାଳ ଛପର ଘର। କଉଠି ଚାଳ ଉଡିଯାଇଛି ତ କାଉ ଘରର କାନ୍ଥ ଫାଟି ଯାଇଛି। କଉ ଘରେ ପାଣି ଦରଦର ଖସୁଛି। ଦେଖନ୍ତୁ କିଭଳି ଭଙ୍ଗା ଦଦରା ଘରେ ଲୋକେ ଜୀବନ କାଟୁଛନ୍ତି। ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଫାନିଆ ପଞ୍ଚାୟତ ମଣ୍ଡା ଗ୍ରାମର। ଗ୍ରାମର ଶତପ୍ରତିଶତ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ବସବାସ କରନ୍ତି। ଦିନ ମଜୁରିଆ ଖଟିଲେ ଖାଆନ୍ତି ନହେଲେ ନାହିଁ। ୨୪ ବର୍ଷ ସ୍ଥିର ଏକ ଛାତ୍ରାବାଦ ବିଜେଡ଼ି ସରକାରରେ ପ୍ରତାରଣାର ଶିକାର ହୋଇଛନ୍ତି ମଣ୍ଡା ବାସୀ । ଯୋଗ୍ୟ ହିତାଧୀକାରୀ ହୋଇ ମଧ୍ୟ  ଏମାନେ ଆବାସ ଯୋଜନାରୁ ବଞ୍ଚିତ।

ରାସ୍ତା ସମସ୍ୟା ମଣ୍ଡା ଗାଁର ଆଉ ଏକ ବଡ଼ ସମସ୍ୟା। ପକ୍କା ରାସ୍ତା ନଥିବାରୁ ମାଟି କାଦୁଆ ରସ୍ତାରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ। ବର୍ଷା ଦିନେ ଏହି ରାସ୍ତାରେ ଯିବା ଆସିବା ମୁସ୍କିଲ ହୋଇପଡେ। ଏନେଇ ବହୁବାର ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପକ୍କା ରାସ୍ତା ହୋଇପାରିଲା ନାହିଁ। ଗାଁରେ ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ। ଖୁଣ୍ଟ ଭଳି ଲୋକଦେଖାଣିଆ ଛିଡା ହୋଇଛି ଦୁଇବର୍ଷ ହେବ ବସୁଧା ଯୋଜନାରେ ନିର୍ମିତ ହୋଇଥିବା ପାଣିଟାଙ୍କି। କାର୍ଯ୍ୟ ସମ୍ପୁର୍ଣ ହୋଇଯାଇଛି, ଇଲେକ୍ଟ୍ରି ସଂଯୋଗ ମଧ୍ୟ ସରିଛି ତଥାପି ଗ୍ରାମବାସୀଙ୍କୁ ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ।

ଆଧୁନିକ ଓ ଡିଜିଟାଲ ଯୁଗରେ ଏହି ଗାଁରେ ପହଞ୍ଚି ପାରିନି ବିଦ୍ୟୁତ ସେବା । ଅନ୍ଧକାରକୁ ଦୂର କରିବା ପାଇଁ ସୋଲାର ଲାଇଟ ଗାଁରେ ଲଗା ଯାଇଛି ସତ ହେଲେ ଲାଗିବା ଦିନଠୁ ତାହା ଜଳୁନି। ଗାଁର ବହୁ ଯୋଗ୍ୟ ହିତାଧୀକାରୀ ଛଅ ସାତ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କଣ ପାଇଁ ୨୪ ବର୍ଷର ସ୍ଥିର ବିଜେଡ଼ି ସରକାର ମଣ୍ଡା ବାସୀଙ୍କୁ ଏତେ ଅନ୍ୟାୟ କରିଛନ୍ତି। କେବେ ବିକାଶର ସିଡି ଚଢ଼ିବେ ମଣ୍ଡାବାସୀ। ନା ପ୍ରଚାର ପ୍ରସାରରେ ସିମୀତ ରହିଯିବ ସରକାରୀ ଯୋଜନା ତାହା ଏବେ ବଡ଼ ପ୍ରଶ୍ନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Roads, house, pure drinking water have become dreams | Argus News