Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁଳି ଫୁଟାଇ ଜୁଏଲାରୀରୁ ଲୁଟ କଲେ ଦୁର୍ବୃତ୍ତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଗୁଳି ଫୁଟାଇ ଜୁଏଲାରୀରୁ ଲୁଟ କଲେ ଦୁର୍ବୃତ୍ତ 

ପୁରୀ:  ଗୁଳି ଫୁଟାଇ ପୁରୀର ଏକ ଜୁଏଲାରୀରୁ ଲୁଟ କଲେ ଦୁର୍ବୃତ୍ତl ପୁରୀର ରେଡ଼କ୍ରସ ରୋଡ଼ ନିକଟରେ ଥିବା ୱାନ ଗ୍ରାମ ଗୋଲଡ ଏସ. ଆର ଜୁଏଲାରୀରୁ ଟଙ୍କା ଏବଂ ବିଭିନ୍ନ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ l କିଛି ଦୁର୍ବୃତ୍ତ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଜୁଏଲାରିରୁ ଲୁଟ କରିବା ଉଦ୍ୟମ କରିବା ସମୟରେ ଦୋକାନ ମାଲିକ ଏବଂ ତାଙ୍କ ପୁଅ ବିରୋଧ କରିବାରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଵା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି  l ଗତକାଲି ରାତିରେ 4ରୁ ଉର୍ଦ୍ଧ ଦୁର୍ବୁତ୍ତ ଏସ. ଆର ଜୁଏଲାରୀରେ ଗୁଳି ଫୁଟାଇ ଅନେକ ଟଙ୍କା ସହ ବିଭିନ୍ନ ସୁନା ଓ ରୂପା ଅଳଙ୍କାର ଲୁଟ କରିଛନ୍ତି l ଖବର ପାଇ ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଘଟଣା ସ୍ଥଳରେ ସିଟି ଡ଼ିଏସ୍ପି ଏବଂ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ l 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Robber shot and robbed a jewellery store in Puri | Argus News