ବନ୍ଧୁକ ମୁନରେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ
·1 year ago·1 min read

ଅର୍ଗସ ବ୍ୟୁରୋ: ବନ୍ଧୁକ ମୁନରେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଛି। ପାଖାପାଖି 6 ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଲୁଟିନେଲେ ଦୁର୍ବୁତ୍ତ। ଏ ନେଇ ଥାନାରେ ଅଭିଯୋଗ ପରେ ଛାନବିନ ଆରମ୍ଭ କରିଛି ବିଞ୍ଝାରପୁର ପୋଲିସ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଥୁବା ସୁନା ବ୍ୟବସାୟୀ ରବିନାରାୟଣ ସାହୁ ଗତକାଲି ରାତିରେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ମଇଁଦା ଘଣ୍ଟିଆଳି ରାସ୍ତାରେ ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ରବି ନାରାୟଣଙ୍କ ବାଇକକୁ ଧକ୍କା ଦେବା ସହ ବନ୍ଧୁକର ଭୟ ଦେଖାଇ ପାଖରେ ଥିବା ପ୍ରାୟ 6 ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି।
ଅନ୍ୟପଟେ ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରବିନାରାୟଣ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ବିଞ୍ଝାରପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର