Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ କରି ଲୁଟ: ଅଭିଯୁକ୍ତ ଗିରଫ

Ritu Das
Browse all articles by Ritu Das
·2 years ago·1 min read
ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ କରି ଲୁଟ: ଅଭିଯୁକ୍ତ ଗିରଫ

ଅର୍ଗସ ବ୍ୟୁରୋ: ମହିଳାଙ୍କୁ ଦୁଷ୍କର୍ମ ପରେ  ହତ୍ୟା ଉଦ୍ୟମ କରି ଲୁଟ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ   କରି କୋର୍ଟ ଚାଲାଣ କରିଛି ରାଇକିଆ ଥାନା ପୋଲିସ l ଗିରଫ ଅଭିଯୁକ୍ତ ହେଲେ  ଇନ୍ଦ୍ରଗଡ଼ ପଞ୍ଚାୟତ  ଦୁବା ଗ୍ରାମର ସିଦ୍ଧାନ୍ତ ଦିଗାଳ। ସୂଚନା ଅନୁସାରେ ଜଣେ ମହିଳା ଜଣକ ନିଜ ବାପ  ଘରୁ ଶ୍ବଶୁର ଘର ଇନ୍ଦ୍ରଗଡ ପଞ୍ଚାୟତକୁ ଯାଉଥିବା ବେଳେ ରାସ୍ତାରେ ସେହି ଗ୍ରାମର  ସିଦ୍ଧାନ୍ତ ଦିଗାଳ  ନାମକ ଜଣେ ଯୁବକ ମହିଳାଙ୍କୁ ଜଙ୍ଗଲକୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହିତ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇ ହତ୍ୟା ଉଦ୍ୟମ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। 

ଲୁଟ କରିଥିବା ସୁନା ଅଳଙ୍କାର ସେ ଜି. ଉଦୟଗିରି ସ୍ଥିତ ଏକ କପଡା ବ୍ୟବସାୟୀ ଙ୍କୁ ବିକ୍ରି କରିଥିଲା  ଏଭଳି ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ଗେଦିଙ୍ଗିଆ ଗ୍ରାମର କୁମ୍ଭାର ଖାଡି  ଗୁଡ୍ରିଗସି ଜଙ୍ଗଲରେ l ମହିଳା ଜଣକ ଏ ନେଇ ରାଇକିଆ ଥାନାରେ ଅଭିଯୋଗ କରିବା ପରେ ରାଇକିଆ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଛି ।  ଗୁରୁତର ଆହତ ହୋଇଥିବା ମହିଳା ଜଣଙ୍କ ଚିକିତ୍ସା ପାଇଁ ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ତିନୋଟି ସୁନା ହାର, କାନଫଲ ଗୋଟିଏ ହଳ ଏବଂ କିଛି ଟଙ୍କା ଜବତ କରାଯାଇଛି ବୋଲି ରାଇକିଆ ପୋଲିସ ସମେତ ଜି.ଉଦୟଗିରି ଏସଡିପିଓ  ବିଜୟ କୁମାର ବିସି ଖବର ଦାଦା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଅପରାଧ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Robbery with | Argus News