Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରେ ପଶି ସୁନା, ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Ritu Das
Browse all articles by Ritu Das
·1 year ago·1 min read
ଘରେ ପଶି ସୁନା, ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ: ଘରେ ପଶିଲେ ଚକୁଳି କରି ଖାଇଲେ। ଆଉ ଲୁଟିନେଲେ ୨ ଟି ସୁନା ଚୁଡ଼ି, ବ୍ୟାଗ୍ ସହ ଗୋଟିଏ ପ୍ୟାଣ୍ଟ।  ଗତ ମାସ ୨୨ ତାରିଖରେ  ଭଞ୍ଜନଗର କୋର୍ଟର ଜଜଙ୍କ ବାସଭବନରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଭଞ୍ଜନଗର ପୋଲିସ। ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ପାଖରୁ ୨ ଟି ସୁନା ଚୁଡ଼ି, ଗୋଟିଏ ବ୍ୟାଗ୍ ଓ ପ୍ୟାଣ୍ଟ ଜବତ କରିଛି ପୋଲିସ। 

ପୂଜା ଜଜ୍‌ ଛୁଟିରେ ଯାଇଥିବା ବେଳେ ଭେଣ୍ଟିଲେଟର ଭାଙ୍ଗି ଘରେ ପଶି ଚୋରିକରିଥିଲେ । ସବୁଠାରୁ ରୋଚକ କଥା ହେଲା ଚୋରଦଳ ଜଜଙ୍କ ଘରକୁ ପଶିବାପରେ ଚକୁଳି କରି ଖାଇଛନ୍ତି ଏବଂ ଫ୍ରିଜରୁ ଥଣ୍ଡାଓ ମିଠା ଖାଇ ସଫା କରି ବାସନ କୁସନ ମଧ୍ୟ ଧୋଇ ଚିହ୍ନ ଲିଭାଇବାକୁ ପ୍ରୟାସ କରିଥିଲେ । ଯାହା ପୋଲିସ ତଦନ୍ତରୁ ଜଣାପଡ଼ିଛି । ପରେ ପୋଲିସ ଥାନାରେ ଏକ ମାମଲାରୁଜୁ କରି ସିସିଟିଭି ଓ କଲ ଡ଼ିଟେଲକୁ ଆଧାର କରି ଦୁଇଜଣ ଚୋରକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଶିବ ମଳିକ ଓରଫ ଚଗଲା ଓ ତୋଫାନ ମହାରଣା।  ସେମାନଙ୍କ ନା ରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rogues broke | Argus News