Fishing Ban / ଅଶାନ୍ତ ରହିବ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ
·1 hour ago·2 min read

Key Points
ଦକ୍ଷିଣ ଓଡ଼ିଶା ଉପକୂଳରେ ଅଶାନ୍ତ ରହିବ ସମୁଦ୍ର
ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ
ପରାମର୍ଶ ଦେଲା SRCଙ୍କ କାର୍ଯ୍ୟାଳୟ
ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ
ପରାମର୍ଶ ଦେଲା SRCଙ୍କ କାର୍ଯ୍ୟାଳୟ
ଭୁବନେଶ୍ୱର: ସମୁଦ୍ରକୁ ଯିବା ପୂର୍ବରୁ ସାବଧାନ! ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ି ଆସିପାରେ ପ୍ରକୃତିର ପ୍ରଚଣ୍ଡ ରୂପ। ଅଶାନ୍ତ ହେବ ସମୁଦ୍ର, ବଢ଼ିବ ପବନର ବେଗ। ଘଣ୍ଟାପ୍ରତି ୬୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ଏଭଳି ପାଣିପାଗ ସ୍ଥିତିକୁ ନେଇ ମତ୍ସ୍ୟଜୀବୀଙ୍କ ପାଇଁ ଜାରି ହୋଇଛି ବଡ଼ ସତର୍କ ସୂଚନା। ଆସନ୍ତା ନଭେମ୍ବର ୧୭ ଓ ୧୮ ତାରିଖରେ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପାଣିପାଗ ଅଶାନ୍ତ ରହିବ। ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। କେବଳ ପବନ ନୁହେଁ, ସମୁଦ୍ରର ଅବସ୍ଥା ମଧ୍ୟ ରୁକ୍ଷରୁ ଅତ୍ୟନ୍ତ ରୁକ୍ଷ ରହିବାର ଆଶଙ୍କା ରହିଛି। ଫଳରେ ମାଛ ଧରିବା ପାଇଁ ସମୁଦ୍ରକୁ ଯିବା ମତ୍ସ୍ୟଜୀବୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ୨ ଦିନ ପାଇଁ ସମୁଦ୍ରକୁ ନୋ ଏଣ୍ଟ୍ରି!
ପଢନ୍ତୁ ଏହି ଖବର: ଆସନ୍ତା କାଲି ଝଡ଼ବର୍ଷା ଆଶଙ୍କା! ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା
ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଭେମ୍ବର ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଫେରିଆସିବା ଜରୁରୀ। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସତର୍କ ସୂଚନା ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମତ୍ସ୍ୟଜୀବୀଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ସୁରକ୍ଷିତ ଭାବେ ଫେରିଆସିଥିବା ନେଇ ପ୍ରମାଣପତ୍ର ଦାଖଲ କରିବାକୁ ମଧ୍ୟ କୁହାଯାଇଛି।
ତେଣୁ ଦୁଇ ଦିନ ପାଇଁ ସମୁଦ୍ରରୁ ଦୂରେଇ ରହିବା ହିଁ ମତ୍ସ୍ୟଜୀବୀଙ୍କ ପାଇଁ ସବୁଠାରୁ ବଡ଼ ସୁରକ୍ଷା। ଅଳ୍ପ ଅସାବଧାନତା ଯେପରି ବଡ଼ ବିପଦ ନଡାକି ଆଣେ, ସେଥିପାଇଁ ପ୍ରଶାସନର ନିର୍ଦ୍ଦେଶ ମାନିବା ଜରୁରୀ।
Related Topics
Explore more stories