Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଲ୍ ପାସ୍ କରାଇବାକୁ 10 ହଜାର ଲାଞ୍ଚ ନେଉଥିଲେ ESIର ବରିଷ୍ଠ କିରାଣି, ମାଡି ବସିଲା ଭିଜିଲାନ୍ସ

Smruti Parija
Browse all articles by Smruti Parija
·2 years ago·1 min read
ବିଲ୍ ପାସ୍ କରାଇବାକୁ 10 ହଜାର ଲାଞ୍ଚ ନେଉଥିଲେ ESIର ବରିଷ୍ଠ କିରାଣି, ମାଡି ବସିଲା ଭିଜିଲାନ୍ସ

ରାଉରକେଲା:  ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ । ଜଣେ ବ୍ୟକ୍ତିଙ୍କ ବିଲ୍ ପାସ୍ କରାଇବାକୁ ଆଜି ସକାଳୁ ନଗଦ 10 ହଜାର ଟଙ୍କା  ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ । 2020 ମସିହାରେ ବିଶ୍ଵନାଥଙ୍କ ସିଂ ନାମକ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ଅଣ୍ଟା ହାଡ ଭାଙ୍ଗି ଚିକିତ୍ସା ହେଉଥିଲେ ।

ଆଉ ସେହି ବାବଦକୁ ବିଶ୍ଵନାଥଙ୍କ ESIC ପକ୍ଷରୁ ମିଳିବାର ଥିଲା 96 ହଜାର ଟଙ୍କା । ହେଲେ ବିଲ ପାସ କରାଇଦେଉନଥିଲେ ESICର ସିନିଅର୍ ଆସିଷ୍ଟାଣ୍ଟ  ଅଭିରାମ ସାହୁ । ବିଲ୍ ପାସ୍ କରିବା ପାଇଁ ମାଗିଥିଲେ 10 ହଜାର । ଆଜି ସକାଳ ପ୍ରାୟ 7 ଟା ସମୟରେ ESIC ହସ୍ପିଟାଲ ସମ୍ମୁଖରେ 10 ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅଭିରାମ ସାହୁଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ଥିବାବେଳେ ଶେଷରେ ଭିଜିଲାନ୍ସ କବଜାରେ ବରିଷ୍ଠ କିରାଣି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rourkela-esi-senior-assistant-abhiram-sahu-in-vigilance-net-for-accepting-rs-10k-bribe | Argus News