ରାଉରକେଲା ଶ୍ରମ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର

ଅର୍ଗସ ବ୍ୟୁରୋ: ନିର୍ମାଣ ଶ୍ରମିକଙ୍କୁ ପୁଅ-ଝିଅ ବିବାହକାଳୀନ ସହାୟତା ପ୍ରଦାନରେ ଦୁର୍ନୀତି ଅଭିଯୋଗ । ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ବଣ୍ଟନରେ ବ୍ୟାପକ ହେରାଫେରି ଅଭିଯୋଗ । ଶ୍ରମିକ ନେତା ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ମଧ୍ୟରେ ହୋଇଛି ଡିଲ । ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ 10ରୁ 30 ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ କାରବାର । ଟଙ୍କା ସିଧା ଯାଉଥିଲା ଡାଟା ଏଣ୍ଟ୍ରି ଅପରେଟରଙ୍କ ଆକାଉଣ୍ଟ । ଶ୍ରମିକ ନେତା ଶ୍ରମିକଙ୍କ ଠାରୁ ଟଙ୍କା ଆଣି ଟ୍ରାନ୍ସଫର କରୁଥିଲେ ଡାଟା ଇଣ୍ଟ୍ରି ଅପରେଟରଙ୍କ ଆକାଉଣ୍ଟକୁ । ଡିଏଲଓ କହିଛନ୍ତି ଯଦି ଏପରି ଦୁର୍ନୀତି ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଭିଜିଲାନ୍ସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଡିଇଓଙ୍କ ଆକାଉଣ୍ଟରେ ଆର୍ଥିକ କାରବାର ଦେଖି ଭିଜିଲାନ୍ସ ବି ତାଜୁବ ।
ଶ୍ରମିକଙ୍କୁ ସହାୟତା ପାଇଁ ଆସୁଛି ଟଙ୍କା । କିନ୍ତୁ ଏହି ଶ୍ରମିକଙ୍କ ପାଖରେ ପହଂଚାଇବା ପାଇଁ ଶ୍ରମିକ ନେତା ବନୁଛନ୍ତି ମିଡିଲ ମ୍ୟାନ । ଲାଞ୍ଚ କାରବାର କରି ମାଲେମାଲ ହେଉଛନ୍ତି ଶ୍ରମିକ ନେତା ଓ ଡିଇଓ । ଏସବୁ ପଛରେ ତତ୍କାଳୀନ ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ହାତ ଥିବା ଅଭିଯୋଗ କରିଛି ବିଜେପି । ଦୁର୍ନୀତିଖୋରଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ।
ବିଗତ ଦିନରେ ରାଉରକେଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ଯୋଜନାରେ ୯ କୋଟି ଟଙ୍କା ହେରାଫେରି ମାମଲା ଲୋକାୟୁକ୍ତଙ୍କ ଅଦାଲତରେ ବିଚାରାଧୀନ ରହିଛି। ୩ ବର୍ଷରୁ ଅଧିକ ସମୟ ହେବ ମାମଲାର ବିଚାର ଜାରି ରହିଛି । ଏହି ଦୁର୍ନୀତିରେ ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ଓ କିଛି ଭେଣ୍ଡରଙ୍କ ସଂପୃକ୍ତି ନେଇ ଭିଜିଲାନ୍ସ ତଦନ୍ତ କରି ଲୋକାଯୁକ୍ତଙ୍କୁ ରିପୋର୍ଟ ପ୍ରଦାନ କରିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: