Videos
|
Odisha

Triangle Love Murder / ତ୍ରିକୋଣୀୟ ପ୍ରେମ ପାଇଁ ସାଙ୍ଗକୁ ହତ୍ୟା!, ତଦନ୍ତ କରୁଛି ପୋଲିସ

Bikash Mohanty
Browse all articles by Bikash Mohanty
·1 hour ago·2 min read
ତ୍ରିକୋଣୀୟ ପ୍ରେମ ପାଇଁ ସାଙ୍ଗକୁ ହତ୍ୟା!, ତଦନ୍ତ କରୁଛି ପୋଲିସ
Murder

Key Points

ବନ୍ଧୁ ସାଜିଲ୍ଲା ବନ୍ଧୁକ।
ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗ ହିଁ ସାଜିଲା ହତ୍ୟାକାରୀ!
ରାଉରକେଲାର ଲାଠିକଟା ଥାନା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ

ରାଉରକେଲା,୧୭/୦୯: ବନ୍ଧୁ ସାଜିଲ୍ଲା ବନ୍ଧୁକ। ପ୍ରେମ ପାଇଁ ହତ୍ୟା କଲା ନିଜ ବନ୍ଧୁକୁ। ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗ ହିଁ ସାଜିଲା ହତ୍ୟାକାରୀ! ରାଉରକେଲାର ଲାଠିକଟା ଥାନା ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ସାଙ୍ଗ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ଲାଠିକଟା ପୋଲିସ ଛାନଭିନ ଜାରି ରଖିଛି।

ସୂଚନା ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ମୃତ ଯୁବକ ଓ ଅଭିଯୁକ୍ତଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗି ରହିଥିବା କୁହାଯାଉଛି। ଜଣେ ଯୁବତୀଙ୍କୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିବା ପୋଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଛି। ଏହି ତ୍ରିକୋଣୀୟ ପ୍ରେମ ହିଁ ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ତାଙ୍କ ସାଙ୍ଗକୁ ଏକ ପାଣିଟାଙ୍କି ଉପରକୁ ନେଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପୁଣିଥରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଅଭିଯୁକ୍ତ ଯୁବକଙ୍କୁ ପାଣିଟାଙ୍କି ଉପରୁ ଠେଲି ଦେଇଥିବା ସୂଚନା ମିଳିଛି। ତଳେ ପଡ଼ି ଗୁରୁତର ଆହତ ହେବା ପରେ ଯୁବକଙ୍କ ମୃତ୍ୟୁ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପଢନ୍ତୁ ଏହି ଖବର: ୨୦ ଜଣ ଗୋଡେଇ ଗୋଡେଇ ପିଟିଲେ, ଆସିଲା EXCLUSIVE CCTV ଫୁଟେଜ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ସମ୍ପର୍କରେ ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଣିଟାଙ୍କି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ପରିସ୍ଥିତି ଅଧିକ ସ୍ପଷ୍ଟ ହେବ।

ଏପଟେ ଘଟଣା ପରେ ଅଭିଯୁକ୍ତ ସାଙ୍ଗ ଫେରାର ହୋଇଯାଇଛି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି। ମୃତ ଯୁବକଙ୍କ ପରିବାର ଓ ପରିଚିତଙ୍କୁ ପଚରାଉଚରା କରିବା ସହ ପ୍ରେମ ସମ୍ପର୍କ ଓ ପୂର୍ବ ଶତ୍ରୁତାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି।

ତେବେ ପ୍ରକୃତରେ ତ୍ରିକୋଣୀୟ ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ଆଉ କୌଣସି କାରଣ ରହିଛି, ସେନେଇ ପୋଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୁକ୍ତ ଗିରଫ ହେବା ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।