Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Plane Crash / ଯାନ୍ତ୍ରିକ ତ୍ରୁଟି ପାଇଁ ବିଲରେ ଓହ୍ଲାଉଥିଲା ବିମାନ, ଉଡ଼ାଣର ୧୦ କିମି ପରେ ହେଲା କ୍ରାସ୍ ଲ୍ୟାଣ୍ଡିଂ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଯାନ୍ତ୍ରିକ ତ୍ରୁଟି ପାଇଁ ବିଲରେ ଓହ୍ଲାଉଥିଲା ବିମାନ, ଉଡ଼ାଣର ୧୦ କିମି ପରେ ହେଲା କ୍ରାସ୍ ଲ୍ୟାଣ୍ଡିଂ
Rourkela plane crash landing

Key Points

ପାଇଲଟ୍ ସହ ବିମାନରେ ୬ ଜଣ ଥିଲେ । ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌କୁ ନିଆଯାଇଛି । ଘରୋଇ ବିମାନଟି ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ଫ୍ଲାଇଟ୍ VT-102 ।
ରାଉରକେଲା: ରାଉରେକାଲରେ ଘରୋଇ ବିମାନ କ୍ରାସ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, "ବିମାନଟି ରାଉରକେଲାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା । ୮ରୁ ୧୦ କିଲୋମିଟର ଉଡ଼ାଣ ପରେ ଜାଲଦାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬ ଜଣ ଥିଲେ, ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଛି ।"

ପାଇଲଟ୍ ସହ ବିମାନରେ ୬ ଜଣ ଥିଲେ । ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌କୁ ନିଆଯାଇଛି । ଘରୋଇ ବିମାନଟି ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ଫ୍ଲାଇଟ୍ VT-102 । ଦିନ ଗୋଟାଏ ୧୫ ସମୟରେ ଜାଲ୍‌ଦାରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏଥିସହ ପଢ଼ନ୍ତୁ: ରାଉରକେଲାରେ ଉଡ଼ାଣ ଭରିଲା ବେଳେ ଖସି ପଡ଼ିଲା ବିମାନ, ୬ ଗୁରୁତର

ବିମାନରେ କ୍ୟାପ୍‌ଟେନ ନବୀନ କାଡ଼ଙ୍ଗା, କ୍ୟାପ୍‌ଟେନ ତରୁଣ ଶ୍ରୀବାସ୍ତବଙ୍କ ସହ ୪ ଜଣ ଯାତ୍ରୀ ଥିଲେ । ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ ବିମାନରେ ରାଉଲକେଲା ଭୁବନେଶ୍ୱର ଆସୁଥିଲେ । ଏହି ବିମାନରେ ୯ ଜଣ ଯାତ୍ରୀ ଗୋଟିଏ ଥରରେ ଯାଇ ପାରିବେ ।

ବିମାନ ଦୁର୍ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଭଗବାନଙ୍କ ଆଶୀର୍ବାଦରୁ ବଡ଼ ଅଘଟଣ ଟଳି ଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।


ରାଉରକେଲାର ଜଲଦା ବିମାନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଉରକେଲାଠାରେ ଘଟିଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର।"

ଏଥିସହ ପଢ଼ନ୍ତୁ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା

ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rourkela Plane Crash Landing After Technical Failure | Argus News | Argus News