|
logo
Live
Argus News App
GET APP

Argus News - ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା

International

Donald Trump / ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା
Donald Trump claims the US will take control of Greenland

Key Points

ଭେନେଜୁଏଲା ପରେ ଆମେରିକା ନିୟନ୍ତ୍ରଣକୁ ଆସିବ ଗ୍ରୀନଲାଣ୍ଡ । ଖୁବଶୀଘ୍ର ଆମେରିକା, ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣ କରିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ୱାଶିଂଟନ: ପୁଣି କବ୍‌ଜା କରିବେ ଟ୍ରମ୍ପ । ଭେନେଜୁଏଲା ପରେ ଆମେରିକା ନିୟନ୍ତ୍ରଣକୁ ଆସିବ ଗ୍ରୀନଲାଣ୍ଡ । ଖୁବଶୀଘ୍ର ଆମେରିକା, ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣ କରିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, "ଋଷ ଓ ଚୀନକୁ ଏଭଳି କରିବାକୁ ରୋକିବା ପାଇଁ ଗ୍ରୀନଲାଣ୍ଡକୁ ଆମେରିକା କବ୍‌ଜା କରିବାକୁ ପଡ଼ିବ ।"

ଗ୍ରୀନଲାଣ୍ଡ କବ୍‌ଜାକୁ ନେଇ ଟ୍ରମ୍ପଙ୍କ ଏହି ମନ୍ତବ୍ୟର ବିରୋଧ କରିଛନ୍ତି ଗ୍ରୀନଲାଣ୍ଡର ବାସିନ୍ଦା । ଡେନମାର୍କ ଓ ୟୁରୋପୀୟ ଦେଶ ମଧ୍ୟ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି । ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "କୌଣସି ବି ଦେଶକୁ ମାଲିକାନା ସାବ୍ୟସ୍ତ କରିବା ଦରକାର, କାରଣ ସେମାନଙ୍କ ଅଧିକାରର ସୁରକ୍ଷା କରାଯାଇଥାଏ ।"

ଏଥିସହ ପଢ଼ନ୍ତୁ: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

ଆମକୁ ଗ୍ରୀନଲାଣ୍ଡର ରକ୍ଷା କରିବାକୁ ପଡ଼ିବ । କାହିଁକି ନା ଗ୍ରୀନଲାଣ୍ଡ ଉପରେ ଋଷ ଓ ଚୀନର ନଜର ରହିଛି । ଗ୍ରୀନଲାଣ୍ଡର ରକ୍ଷା କରିବା ପାଇଁ ତାକୁ ନିୟନ୍ତ୍ରଣ କରିବା ଜରୁରି ବୋଲି ଜୋର୍ ଦେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ହ୍ଵାଇଟ୍ ହାଉସ୍ କହିଛି, ଆମେରିକା ପ୍ରଶାସନ ନାଟୋର ସଦସ୍ୟ ଦେଶ ଡେନମାର୍କର ଅଧିନରେ ଥିବା ଗ୍ରୀନଲାଣ୍ଡକୁ କିଣିବା ବିକଳ୍ପ ଉପରେ ବିଚାର କରୁଛି । ଏଥିପାଇଁ ଆମେରିକା ପକ୍ଷରୁ ବଡ଼ ପରିମାଣର ଖର୍ଚ୍ଚ କରିବା କଥା କୁହାଯାଇଛି । ସେହିଭଳି ଗ୍ରୀନଲାଣ୍ଡ ଉପରେ ସୈନ୍ୟ ଆକ୍ରମଣର ବିକଳ୍ପକୁ ଆମେରିକା ଖାରଜ କରି ନାହିଁ ।

ଗତବର୍ଷ ଓ ଏବେ ବାରମ୍ବାର ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଗ୍ରାନୀଲାଣ୍ଡକୁ ଆମେରିକା ନିୟନ୍ତ୍ରଣ କରିବା ଉପରେ ଜୋର୍ ଦେଇ ଆସୁଛନ୍ତି । ଗ୍ରୀନଲାଣ୍ଡର ସୁରକ୍ଷା ପାଇଁ ଆମେରିକାର ଆବଶ୍ୟକତା ରହିଛି । ଅନ୍ୟପଟେ ଡେନମାର୍କ ଓ ଗ୍ରୀନଲାଣ୍ଡ ଉଭୟ କହିଛନ୍ତି, ଏଥିପାଇଁ ପ୍ରସ୍ତୁତ ନାହୁଁ । ଆମେରିକାର ସୈନ୍ୟ ଆକ୍ରମଣ ଧମକ ନାଟୋର ଅନ୍ତ ଭଳି ।

ଏଥିସହ ପଢ଼ନ୍ତୁ: ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ

କାହିଁକି ଗ୍ରୀନଲାଣ୍ଡ ଉପରେ ନଜର ?

ଉତ୍ତର ଆମେରିକା ଓ ଆଣ୍ଟାର୍କଟିକା ମଝିରେ ରହିଛି ଗ୍ରୀନଲାଣ୍ଡ । ସେଠାକାର ଲୋକ ନିଜେ ନିଜକୁ ଶାସିତ କରୁଛନ୍ତି । କିନ୍ତୁ ବିଦେଶ ନୀତି ଓ ସେନା ଡେନମାର୍କ ପାଖରେ ରହିଛି । ରଣନୀତିକ ଦୃଷ୍ଟିରୁ ଗ୍ରୀନଲାଣ୍ଡ ମିସାଇଲ୍ ଆକ୍ରମଣର ଆଗୁଆ ସତର୍କ ସୂଚନା ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ଜାହାଜ ଉପରେ ନଜର ରଖିବା ପାଇଁ ଏହା ବେଶ୍ ଉପଯୋଗୀ ।

ପୂର୍ବରୁ ଟ୍ରମ୍ପ ଅନେକ ଥର କହିଛନ୍ତି, ଏହି ଅଞ୍ଚଳରେ ଋଷ ଓ ଚୀନର ଜାହାଜ ଭରି ରହିଛି । ଯାହାକୁ ଏବେ ଆମେରିକା ନିୟନ୍ତ୍ରଣ କରିବାକୁ ଚାହୁଁଛି । ବିଗତ ୭୫ ବର୍ଷ ଧରି ଗ୍ରୀନଲାଣ୍ଡରେ ଆମେରିକାର ମିଲିଟ୍ରି ବେସ୍ ରହିଠି । ଗ୍ରୀନଲାଣ୍ଡରେ ନିଜ ସୈନ୍ଯିକଙ୍କୁ ରଖିବାକୁ ଆମେରିକାର ଅଧିକାର ରହିଛି । ତଥାପି ଟ୍ରମ୍ପ ପୁରା ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump: ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା | Argus News