Rourkela Plane Crash / ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀଙ୍କ ଅନୁଧ୍ୟାନ, ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି
·6 months ago·2 min read

Key Points
ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ
ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ ବିଭୂତି ଜେନା
'ରାଉରକେଲା ପହଞ୍ଚିବାକୁ ଅଳ୍ପ ଦୂର ଥିଲା ଦୁର୍ଘଟଣା ଘଟିଲା'

ରାଉରକେଲା ଜାଲ୍ଦା କଂସରରେ ବିମାନ ଦୁର୍ଘଟଣାର ଚାଲିଛି ତନାଘନା । ଦୁର୍ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଘଟଣାର ତଦନ୍ତ ଚାଲିଛି, ଏହା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ । ଦୁର୍ଘଟଣା ପରେ ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା । ବିମାନ ଦୁର୍ଘଟଣା କାହିଁକି ଘଟିଲା ଦୁର୍ଘଟଣାରେ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି । ଏଭଳି ଘଟଣା ଆଉ ନ ହେବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ।
ଗତ ଶନିବାର ହୋଇଥିଲା ବିମାନ ଦୁର୍ଘଟଣା । ଏଥିରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଥିଲେ । ୨ ଜଣ ଆହତ ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ଜଣଙ୍କୁ ମୁମ୍ବାଇ ଓ ଅନ୍ୟଜଣଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଆହତ ଏବେ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି । ଆଜି ପରିବହନ ମନ୍ତ୍ରୀ ଘଟଣାସ୍ଥଳରେ ତନାଘନା କରିଥିବା ବେଳେ ଆହତଙ୍କୁ ହସ୍ପିଟାଲ ଯାଇ ଭେଟିଥିଲେ । ଗତକାଲି DGCA, AAIB ଓ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ରାଜ୍ୟ ସରକାରଙ୍କ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଥିଲେ । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରର ଏକ ଟିମ୍ ମଧ୍ୟ ଘଟଣାର ତଦନ୍ତ କରୁଛି । ଆହତଙ୍କ ଚିକିତ୍ସା ଲାଗି ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରିଛନ୍ତି ରାଜ୍ୟ ସରକାର ।
ପରିବହନ ମନ୍ତ୍ରୀ କହିଛନ୍ତି, ରାଉରକେଲା ପହଞ୍ଚିବାକୁ ଅଳ୍ପ ଦୂର ଥିଲା ଦୁର୍ଘଟଣା ଘଟିଲା । ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ । କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ । ଭଗବାନ ଆମକୁ ରକ୍ଷା କରିଦେଲେ, ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା । ସମସ୍ତେ ଏକପ୍ରକାର ସୁରକ୍ଷିତ ଉଦ୍ଧାର ହେବା ଭଗବାନଙ୍କ ଆଶୀର୍ବାଦ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି ।
ଶନିବାର ଭୁବନେଶ୍ବରରୁ ରାଉରକେଲା ଯାଉଥିବା ଇଣ୍ଡିଆ ଓ୍ବାନ ଏୟାରର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ରାଉରକେଲା ଉପକଣ୍ଠ ଜଲଦା କଂସର ଗାଁର ଖାଲି ବିଲରେ ଖସି ପଡିଥିଲା । କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, କାହିଁକି ଫୋର୍ସ ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହେଲେ ପାଇଲଟ ଏ ନେଇ ରେଗୁଲେସନ ଓ ସେଫ୍ଟି ପ୍ରୋଟୋକଲ ଅନୁସାରେ ଚାଲିଛି ତଦନ୍ତ । ରାଜ୍ୟ ପରିବହନ ସଚିବ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଦୁର୍ଘଟଣାସ୍ଥଳ ଗସ୍ତ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories