Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଉରକେଲାରେ ପୋଲିସର ଡବଲ୍ ଏନ୍‌କାଉଣ୍ଟର, ଯୁବକଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

Odisha

Rourkela Double Encounter / ରାଉରକେଲାରେ ପୋଲିସର ଡବଲ୍ ଏନ୍‌କାଉଣ୍ଟର, ଯୁବକଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

Bikash Mohanty
Browse all articles by Bikash Mohanty
·1 hour ago·2 min read
ରାଉରକେଲାରେ ପୋଲିସର ଡବଲ୍ ଏନ୍‌କାଉଣ୍ଟର, ଯୁବକଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ
Encounter

Key Points

ରାଉରକେଲାରେ ଡବଲ୍ ଏନକାଉଣ୍ଟର
୨ ହତ୍ୟା ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
ଅଭିଯୁକ୍ତ ଚୁନୁ ଓ ସୁଶାନ୍ତକୁ ରାଉରକେଲା ପୋଲିସର ଏନ୍‌କାଉଣ୍ଟର
ରାଉରକେଲା,୨୦/୦୬: ରାଉରକେଲାରେ ଡବଲ୍ ଏନକାଉଣ୍ଟର। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୁନୁ ହରିପାଲ ଏବଂ ସୁଶାନ୍ତ ନାୟକଙ୍କୁ ଝିରିପାଣି ନୂଆ ଟୋଲାରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ। ଏନକାଉଣ୍ଟରରେ ଆହତ ହୋଇଥିବା ଦୁଇ ଅପରାଧୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଗତ ୧୬ ତାରିଖରେ ସେକ୍ଟର-୭ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ପାଖ ରାମେଶ୍ୱର ବସ୍ତିରେ ଜଣଙ୍କୁ ହତ୍ୟା କରି ଉଭୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଲୋକ ଥାନାରେ ଧାରଣା ଦେଇଥିଲେ। ସଂଘବଦ୍ଧ ଆକ୍ରମଣରେ ପ୍ରାୟ ୩୦ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଛି।

ସୂଚନାଯୋଗ୍ୟ, ନିଶା ସେବନକୁ ବିରୋଧ କରିବାରୁ ଯୁବକଙ୍କୁ ଜଙ୍ଗଲରେ ହାଣି ବିଭତ୍ସ ହତ୍ୟା କରାଯାଇଥିଲା। ଏହି ଘଟଣା ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ନିକଟସ୍ଥ ଜଙ୍ଗଲରେ ଘଟିଥିଲା। ମୃତକ ହେଲେ ଗୋଲଘର ରାମେଶ୍ବରପାଲି ବସ୍ତିର ତୋଫାନ ବିନ୍ଧାଣୀ(୨୯)। ସେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ରେ ହେଲ୍‌ପର ଭାବେ କାମ କରୁଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ଆଇଜିଏଚ୍‌କୁ ପାଠଇଥିବାବେଳେ ସଂଘର୍ଷରେ ଗୁରୁତର ହୋଇଥିବା ଶୁଭେନ୍ଦୁ ସେଠୀଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ରାମେଶ୍ବରପାଲି ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ, ନାରାୟଣପାଲି ବସ୍ତି ଲଙ୍କାଗଡ଼ର ପିଲାମାନେ ଆଖପାଖ ଅଞ୍ଚଳରେ ଗଞ୍ଜେଇ ପିଅନ୍ତି। ତୋଫାନ ବିରୋଧ କରିବାରୁ ଏଭଳି କାଣ୍ଡ ଘଟିଥିଲା।

ପଢନ୍ତୁ ଏହି ଖବର: ଅନୁଗୁଳରେ ପୋଲିସର ଡବଲ୍ ଏନକାଉଣ୍ଟର, ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବା ବେଳେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ

ଗତ ଜୁନ୍‌ ୧୪ ପହିଲି ରଜ ଦିନ ନାରାୟଣପାଲି ବସ୍ତିର କିଛି ଯୁବକ ସେକ୍ଟର-୬ ଅଞ୍ଚଳରେ ନିଶା ସେବନ କରୁଥିଲେ। ସେମାନଙ୍କୁ ତୋଫାନ ବିରୋଧ କରିବା ସହ ଅଞ୍ଚଳରେ ଆଡ୍ଡା ଜମାଇବାକୁ ତାଗିଦ୍‌ କରିଥିଲେ। ଏହାକୁ ନେଇ ରାମେଶ୍ବରପାଲି ଓ ନାରାୟଣପାଲି ବସ୍ତିର ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ୧୫ ତାରିଖରେ ନାରାୟଣପାଲିର କିଛି ଯୁବକ ରାମେଶ୍ବରପାଲିର ଯୁବକଙ୍କୁ ପିଟାମରା କରିବାକୁ ଯାଇଥିଲେ। ସୁଯୋଗ ନମିଳିବାରୁ ଫେରିଆସିଥିଲେ। ‌

ତେବେ ଜୁନ୍‌ ୧୬ ତାରିଖ ସକାଳେ ତୋଫାନ କାମକୁ ଯାଇ ଦିନ ୧୧ଟା ୩୦ରେ ଫେରିଥିଲେ। ଏହାପରେ ଅପରାହ୍ନ ୧ଟାବେଳେ ରାମେଶ୍ବରପାଲି ବସ୍ତି ୫ରୁ ୭ ଜଣ ଯୁବକଙ୍କ ସହ ତୋଫାନ ସ୍କୁଲ ପାଖ ଜଙ୍ଗଲରେ ଖିଆପିଆ କରୁଥିଲା। ଠିକ୍‌ ଏତିକି ବେଳେ ଅପର ଗୋଷ୍ଠିର ୧୫ରୁ ଅଧିକ ଯୁବକ ଜଙ୍ଗଲରେ ପହଞ୍ଚି ତୋଫାନ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଅପରେ ଗୋଷ୍ଠିର ଜଣେ ଯୁବକଙ୍କ ଫାର୍ସା ଚୋଟରେ ତୋଫାନ ସେଠାରେ ଟଳି ପଡ଼ିଥିଲା। ତାକୁ ରକ୍ତାକ୍ତ ଅବସ୍ଥାରେ ଦେଖି ଅପର ଗୋଷ୍ଠି ପିଲାମାନେ ସେଠାରୁ ଚମ୍ପଟ୍‌ ମାରିଥିଲେ। ପଡ଼ିଆରେ ଥିବା ପିଲାମାନେ ତୁରନ୍ତ ୧୧୨କୁ କଲ୍‌ କରି ଡାକିଥିଲେ। ସେତେବେଳକୁ ତୋଫାନ ମୃତ୍ୟୁ ହୋଇସାରିଥିଲା। ତାଙ୍କୁ ତୁରନ୍ତ ଆଇଜିଏଚ୍‌କୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଆକ୍ରମଣରେ ଗୁରୁତର ହୋଇଥିବା ଶୁଭେନ୍ଦୁ ପ୍ରାଥମିତ ଚିକିତ୍ସା କରାଯାଇଛି। ଏନେଇ ମୃତକଙ୍କ ପରିବାର ତରଫରୁ ସେକ୍ଟର-୭ ଥାନା‌ରେ ୭ରୁ ୮ ଜଣ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored