ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ରକୁ ଗୌଣ କରିବାକୁ ହେଉଛି କି ଉଦ୍ୟମ ?

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର- ଗୋମାଂସ- କାମିୟା- ପାଣ୍ଡିଆନ୍ ବିବାଦ ନଥମୁଣୁ ସାମ୍ନାକୁ ଆସିଛି ବିଜେଡି ନେତାଙ୍କ ଦ୍ବାରା ମହାପ୍ରଭୁଙ୍କୁ ଅପମାନର ଆଉ ଏକ ଭାଇରାଲ ଭିଡିଓ। ଯେଉଁଥିରେ ଚାଟୁକାରିତା ନିଶାରେ ଚୁର ବିଜେଡି ନେତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କରିଛନ୍ତି ନବୀନଙ୍କ ତୁଳନା।ଏହି ନେତା ଆଉ କେହି ନୁହନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଏ ଭିଡିଓ ପୁରୁଣା। କିନ୍ତୁ ବର୍ତ୍ତମାନ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନିଙ୍କୁ ଶ୍ରୀମନ୍ଦିରକୁ ସାଙ୍ଗରେ ନେବା ପ୍ରସଙ୍ଗ ବିବାଦାୟୀ ଥିବା ବେଳେ ଏ ଭିଡିଓର ପ୍ରାସଙ୍ଗିକତା ବଢିଯାଇଛି। ଗୋ ମାଂସର ପ୍ରଚାର କରୁଥିବା ଜଣେ ମହିଳାଙ୍କୁ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନକୁ ନେବା ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ କହି ଜଗନ୍ନାଥପ୍ରେମୀ ସମାଲୋଚନା କରୁଛନ୍ତି।
ଏହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି। ଏଭଳି ସମୟରେ ଅମର ପଟ୍ଟନାୟକଙ୍କ ପୁରୁଣା ଭିଡିଓ ନିଆଁରେ ଘିଅ ଢାଳିବା କାମ ଦେଇଛି। ଅବଶ୍ୟ ବିଜେଡି ନେତା ମହାପ୍ରଭୁଙ୍କ ସହ ନିଜ ନେତାଙ୍କୁ ସମକକ୍ଷ କରିବା ଇଏ ଏକମାତ୍ର ଘଟଣା ନୁହେଁ। ପୂର୍ବରୁ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ଏକ ସଭାରେ ସମାନ ଢଙ୍ଗରେ ନବୀନଙ୍କ ସହ ମହାପ୍ରଭୁଙ୍କର କରିଥିଲେ ତୁଳନା। ସେହିପରି ବିଜେଡି ସାସଂଦ ରମେଶ ମାଝି ମଧ୍ୟ ବିଜୁବାବୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କରିଥିଲେ ସମକକ୍ଷ।
ବିଜେଡି ନେତାଙ୍କର ଏଭଳି ମାନସିକତାକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର। ସୋସିଆଲ ମିଡିଆ ଏକ୍ସରେ ବିଜେଡି ନେତା ପାଣ୍ଡିଆନଙ୍କର ଏକ ପୁରୁଣା ଭିଡିଓ ସେୟାର କରି ଲେଖାଶ୍ରୀ କହିଛନ୍ତି ତାମିଲ ଗୁମାସ୍ତା ଓ ତାଙ୍କ କ୍ରୀତଦାସ ମାନେ ଏବେ ଲେଖୁଛନ୍ତି ଓଡ଼ିଆ ଜାତିର ଇତିହାସ।
📱 Get Argus News App
✨ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ ଉତ୍କଳେ ନେତାର ନାହିଁ ପ୍ରୟୋଜନ.. ଉତ୍କଳର ନେତା ସ୍ବୟଂ ନାରାୟଣ। କିନ୍ତୁ ଚାଟୁକାରିତା ନିଶାରେ ଅନ୍ଧ ବିଜେଡି ନେତାମାନେ ନାରାୟଣଙ୍କୁ ନେତାଙ୍କ ସହ ବାରମ୍ବାର ତୁଳନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟ। 5-5 ଥର ନିର୍ବାଚନ ଜିତିବା ଅନନ୍ୟ ରେକର୍ଡ। ମାତ୍ର ଯିଏ ଯେତେ ମହାନ ଓ ପ୍ରତିପତ୍ତିଶାଳୀ ହେଲେ ବି ସେମାନଙ୍କ ପରିଚୟ ଚକା ଆଖିର ସମକ୍ଷକ ନୁହେଁ। ଖୋଦ ମୁଖ୍ୟମନ୍ତ୍ରୀ ବି କେବେ କହି ନାହାଁନ୍ତି ସେ ଓଡ଼ିଶାର ପରିଚୟ। ମାତ୍ର ତାଙ୍କ ଦଳର ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରିବା ଓଡିଆ ଭାବାବେଗ, ମର୍ଯ୍ୟାଦା, ସଂସ୍କୃତି ଓ ପରମ୍ପରାର ବିରୋଧାଚଣ ନୁହେଁ କି ? ମୁଖ୍ୟମନ୍ତ୍ରୀ ଏହା ଦେଖୁଛନ୍ତି ତ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: