Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିବ ମନ୍ଦିରରୁ 3 ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Ritu Das
Browse all articles by Ritu Das
·2 years ago
ଶିବ ମନ୍ଦିରରୁ 3 ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ: ଶିବ ମନ୍ଦିରରୁ 3 ଲକ୍ଷ ଟଙ୍କାର ଉର୍ଦ୍ଧ ଅଳଙ୍କାର ଚୋରି ହୋଇଛି। ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ସିଦ୍ଧେଶ୍ୱର ମନ୍ଦିରରୁ ବଡ ଧରଣର ଚୋରି ହୋଇଛି। ସିଦ୍ଧେଶ୍ଵର ଠାକୁରଙ୍କ ପାଖରେ ଥିବା ତ୍ରିଶୁଳ,  ସୁନା ଅଳଙ୍କାର , ଘଣ୍ଟ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ସୂଚନା ମିଳିଛି। 

ମନ୍ଦିରର ପଛ ଗେଟର ତାଲା ଭାଙ୍ଗି ଭିତରକୁ ପଶିବା ପରେ ଠାକୁରଙ୍କ ପାଖରେ ଥିବା ସମସ୍ତ ସାମଗ୍ରୀ ଲୁଟି ନେଇଛନ୍ତି। ଆଜି ସକାଳୁ ମନ୍ଦିରର ପୂଜକ ମନ୍ଦିର ଖୋଲିବା ପରେ ଚୋରି ହୋଇଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ତେବେ ମନ୍ଦିର କମିଟି ପକ୍ଷରୁ ପୋଲିସ ପାଖରେ ଅଭିଯୋଗ ପରେ ଘଟଣା ସ୍ଥଳରେ ନାମ୍ପ ଫାଣ୍ଡି ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rs 3 lakh jewels | Argus News