Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ 

Smruti Parija
Browse all articles by Smruti Parija
·2 years ago
ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ 

ଭୁବନେଶ୍ୱର:  ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ । ଦୁଇଟି ବ୍ଲକରେ 18 ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଦେଖାଦେଇଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀ ସ୍ୱତନ୍ତ୍ର ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ ସହ ସାମ୍ପୁଲ୍ ଗ୍ରହଣ କରି ICMR କୁ ପଠାଯାଇଛି ।  

ସ୍କ୍ରବ ଟାଇଫସ୍ ଓ ଲେପଟୋସ୍ପାଇରାସିସ ପରୀକ୍ଷା ନେଗେଟିଭ ଆସିଥିବା ସୂଚନା ମିଳିଛି । ଏବେ ସ୍ଥିତି ସ୍ୱାଭାବିକ ଅଛି । ରୁବେଲା ଭାଇରସ କି ନୁହଁ ରିପୋର୍ଟ ଆସିଲା ପରେ ଜଣା ପଡିବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । 

ପରୀକ୍ଷାକୁ ଯାଇଥିବା 5ଟି ନମୁନାର ରିପୋର୍ଟ ଆସିଛି । ସେଥିମଧ୍ୟରୁ 2 ଟି ରୁବେଲା ପଜିଟିଭ ଥିବା ସୂଚନା ମିଳିଛି । ଅନ୍ୟଗୁଡିକ ମିଳିମିଳା ରୋଗୀ ଚିହ୍ନଟ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର... 
 

Sponsored
rubela-virus-found-in-nabrangpur-district | Argus News