Videos
|
Odisha

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରୁଗୁଡ଼ିସାହିବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରୁଗୁଡ଼ିସାହିବାସୀ

ଅର୍ଗସ ବ୍ୟୁରୋ:  ଏ ହେଉଛି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଦୂର୍ଦୁରା ପଞ୍ଚାୟତ ଅନ୍ତର୍ଗତ ହାଣ୍ଡି-ପୁହାଣର ରୁଗୁଡ଼ିସାହି । ଗାଁରେ ବସ ବାସ କରନ୍ତି ପ୍ରାୟ 30ରୁ ଉର୍ଦ୍ଧ ପରିବାର। ମାତ୍ର ଆଜି ଯାଏଁ ଗାଁରେ ପହଞ୍ଚି ପାରିନି ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ ଯୋଜନା।  ବର୍ଷା ଦିନେ ଏଠି ଘାରେ ପାଣି ଚିନ୍ତା, ରାସ୍ତା ଚିନ୍ତା ଓ ଘର ଚିନ୍ତା। ଗାଁ ଯିବାକୁ ଆଜି ଯାଏଁ ଭଲ ରାସ୍ତା ଟିଏ ନାହିଁ।  ଏଣୁ ସରକାରୀ ସୁବିଧା ପହଞ୍ଚି ପାରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।କଚ୍ଚା ରାସ୍ତା କହିଲେ ମାଟି ମୋରମ ରାସ୍ତା ଦେଇ ଯାତାୟାତ କରିଥାନ୍ତି ଗାଁ ଲୋକେ। ଖରା ଦିନରେ ଯାହିତାହି ଚାଲିଯାଏ, ହେଲେ ବର୍ଷା ଦିନରେ ଯାତାୟତ କରିବା କଷ୍ଟକର ହୋଇପଡେ। ଗାଁକୁ ଭଲ ରାସ୍ତା ଟିଏ ନାହିଁ ବୋଲି ସରକାରୀ ବାବୁ ମାନଙ୍କ ପାଦ ପଡେନି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।

ରୁଗୁଡ଼ି ସାହିରେ ପାନୀୟ ଜଳ କଥା ନକହିଲେ ଭଲ। ଆଜି ଯାଏଁ ଗାଁକୁ ବସୁଧା ସଂଯୋଗ ହୋଇ ପାରିନି।  ଗାଁ ବାହାରେ ବହି ଯାଉଥିବା ନାଳ ପାଖରୁ ଚୁଆ କରି ପାଣି ସଂଗ୍ରହ କରନ୍ତି ଅଞ୍ଚଳବାସୀ।   ଗାଁ ରେ ଗୋଟିଏ ମାତ୍ର ନଳ କୁଅ ଅଛି ଯାହା ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ। ନଳକୂପରୁ ବାହାରୁଛି ଗୋଳିଆ ଓ ଆଇରନ ଯୁକ୍ତ ପାଣି। ଏହି ଆଇରନ ଯୁକ୍ତ ପାଣି ପିଇ ଗାଁଲୋକେ କିଡ଼ିନି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।  ଯଦିଓ ସରକାରୀ କୂଅଟେ ଥିଲା ତାହା ମଧ୍ୟ ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏଭଳି ସ୍ଥିତିରେ ଗାଁ ଲୋକେ ଚୁଆ ପାଣି ପିଇ ଜୀବନ ବଞ୍ଚାଉଛନ୍ତି।

ନାହିଁ ନାହିଁର ଗାଁ ରୁଗୁଡ଼ିସାହି। ଏଠି ରାତି ପାହିଲେ ଘାରେ ପାଣି ଚିନ୍ତା, ରାସ୍ତା ଚିନ୍ତା, ଜୀବନ ବଞ୍ଚିବା ଚିନ୍ତା । ତେବେ ଏସମ୍ପର୍କରେ ପ୍ରଶସାନ ଜାଣି ମଧ୍ୟ ଚୁପ ରହିଥିବା ଅଭିଯୋଗ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Rugudisahi peoples faces to water problem | Argus News