Jagannath Darshan Closed for 5 Hours / ଆଜି ଶ୍ରୀମନ୍ଦିରରେ ଋକ୍ମଣୀ ହରଣ ଓ ବିବାହ ଉତ୍ସବ ନୀତି, ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
·2 months ago·3 min read

Key Points
ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ
ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ
ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ
ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ
ଅପରାହ୍ନ ୦୧.ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ

ପୁରୀ,୨୫/୦୬: ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଆଜି ଜ୍ୟେଷ୍ଠ ଶୁଳ୍କ ଏକାଦଶୀ ତିଥି । ରୁକ୍ମଣି ହରଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ଉତ୍ସବ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଆଉ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ଭାବେ ପାଳିତ ହେଉଛି ବିବାହ ଉତ୍ସବ। ସିଂହଦ୍ୱାରରେ ବାଜୁଛି ତେଲିଙ୍ଗି ବାଜା ,ଶଙ୍ଖ ଓ ଯୋଡି ମହୁରୀ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟା ପରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପୌରାଣିକ ଉପାଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ବିଦର୍ଭ ଦେଶର ଅଧିପତି ବା ମହାରାଜା ଥିଲେ ଭୀଷ୍ମକ । ତାଙ୍କର ଥିଲେ ପାଞ୍ଚପୁତ୍ର ଓ ଏକମାତ୍ର କନ୍ୟା । କନ୍ୟାର ନାମ ରୁକ୍ମିଣୀ । ସେ ଥିଲେ ପରମା ସୁନ୍ଦରୀ ଓ ବୁଦ୍ଧିମତୀ । ଶ୍ରୀକୃଷ୍ଣ ତାଙ୍କୁ ଓ ସେ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ଚାହୁଥିଲେ ମଧ୍ୟ, ରୁକ୍ମିଣୀଙ୍କ ବଡ଼ଭାଇ ରୁକ୍ମି ଚାହୁଥିଲେ, ଚେଦୀରାଜ ଶିଶୁପାଳଙ୍କ ସହ ତାଙ୍କର ବିବାହ ହେଉ ।
ରୁକ୍ମିଣୀ ଯେତେବେଳେ ଜାଣିଲେ ଯେ ରୁକ୍ମି ଶିଶୁପାଳଙ୍କ ସହିତ ତାଙ୍କର ବିବାହ କରାଇଦେବାକୁ ସ୍ଥିର କରିଛନ୍ତି, ସେ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପତ୍ର ଲେଖିଲେ । ସେହି ପତ୍ର ପାଇ ଶ୍ରୀକୃଷ୍ଣ ଆସି ରୁକ୍ମିଣୀଙ୍କୁ ହରଣ କରିନେଲେ । ସେତେବେଳେ, ତାଙ୍କୁ ବିବାହ କରିବାକୁ ଆସିଥିବା ଶିଶୁପାଳ ସହ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହୋଇଥିଲା ଏବଂ ଶିଶୁପାଳ ପରାସ୍ତ ଓ ବନ୍ଦୀ ହୋଇଥିଲେ । ସେହି ରାତିରେ ରୁକ୍ମିଣୀଙ୍କ ସହ ତାଙ୍କର ବିବାହ ହେଲା । ଏହି ଯୁଦ୍ଧନୀତି ଶ୍ରୀମନ୍ଦିରରେ ଲୀଳାଭିନୟ ଭାବରେ ପାଳିତ ହୋଇଥାଏ । ଏଥିରେ ଶ୍ରୀଜଗନ୍ନାଥଙ୍କ ‘ବିଜେ ପ୍ରତିମା’ ବା ପ୍ରତିନିଧି ମଦନମୋହନ ଯୁଦ୍ଧବେଶ ହୋଇଥାଆନ୍ତି ।
ପଢନ୍ତୁ ଏହି ଖବର : ଚଳଚଞ୍ଚଳ ରଥଖଳା, ୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ସେପଟେ ରଥଯାତ୍ରା ପାଇଁ ଚଳଚଞ୍ଚଳ ହେଉଛି ରଥଖଳା। ତିନି ରଥରେ ପାରାଭାଡ଼ି ଉଠାଇ ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ । ୧୩ ପରସ୍ତ ପୋଟଳ ମଧ୍ୟରୁ ସର୍ବୋଚ୍ଚ ସ୍ତର ହେଉଛି ଖପୁରି । ସେଥିରେ ଲାଗିଛି କଳସ ଡାଙ୍ଗିଆ । ଏଥିରେ ବସିବ କଳସ । ଏପଟେ ରଥଖଳାରେ ଚକା କାମ ଆରମ୍ଭ ହୋଇଛି । ଚକା ବେଦିରେ ଠାକୁରେ ବିଜେ ହୁଅନ୍ତି । ବେଦି କାମ ପାଇଁ ରଥକୁ ଉଠିଛି ଜଗତପୃଷ୍ଠ ଶେଣୀ । ନିର୍ମାଣକାରୀମାନେ ଉଭୟ ଖଳା ଓ ରଥରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ ପୋଟଳ ଉପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପରସ୍ତ ପୋଟଳ ରଖାଗଲା । ଏହା ଉପରେ ପାରାଭାଡ଼ି ଉଠିଲା । ୬ଷ୍ଠ ଓ ସପ୍ତମ ପରସ୍ତ ପୋଟଳକୁ ଯୋଡ଼ାଯାଇ ପାରାଭାଡ଼ି ହୋଇଥିଲା । ମଝିରେ ପଟା ଦିଆଯାଇ ସଂଯୁକ୍ତ କରିବା ପରେ ଚତୁଃପାର୍ଶରେ ଚିତ୍ରକରମାନେ ପାରା ପଲ ଚିତ୍ର କରିଥିଲେ । ପରେ ଚାରି ଖଣ୍ଡ କରି ଏହାକୁ ରଥ ଉପରକୁ ଟେକା ଯାଇ ସଂଯୋଗ କରାଗଲା । ଭୋଇ ସେବକମାନେ ଏହାକୁ ନେଇ ରଥ ଉପରେ ସ୍ଥାପନ କରିଥିଲେ । ପରେ ଆଉ ୫ପରସ୍ତ ପୋଟଳ ଉଠାଇ ଶେଷରେ ଖପୁରି ସ୍ଥାପନ ହେଲା । ପରେ ପଡ଼ିଲା ୬ ନମ୍ବର ହରିବୋଲ ।
ମହାପ୍ରଭୁଙ୍କ ସିଂହାସନ କାମ ଚାଲିଛି । ରଥରେ ରଙ୍ଗ କାର୍ଯ୍ୟ ଚାଲିଛି । ଚକ, ଦଣ୍ଡା ଓ ଯୋକା ଆଦିରେ ରଙ୍ଗ ଦିଆଯାଉଛି । ରୂପକାରମାନେ ରଥରେ ମୂର୍ତ୍ତି ଖୋଦେଇରେ ଲିପ୍ତ । ଓଝା ସେବକମାନେ ଅସ୍ଥାୟୀ ଶାଳରେ କଣ୍ଟା ପ୍ରସ୍ତୁତ କରୁଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମ । ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ରଥ କାମ ଆଗେଇ ଚାଲିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Related Topics
Explore more stories