Videos
|
Odisha

ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

Jitendra Dash
Browse all articles by Jitendra Dash
·2 years ago
ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଅର୍ଗସ ବ୍ୟୁରୋ : ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏନେଇ ଆଜି ଭୋରରୁ ନୀତିକାନ୍ତି ଆରମ୍ଭ ହୋଇ ଏବେ ଚାଲିଛି ରଥ ଟଣା । ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଗଡ଼ିଲା ରୁକୁଣା ରଥ । ହଜାର ହଜାର ଭକ୍ତ ଆନନ୍ଦର ସହ ।

ଅଧିକ ପଢନ୍ତୁ : ଜୁଲାଇ 7ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ରଥକୁ ଟାଣି ନେଉଛନ୍ତି । ଏପଟେ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କ୍ରାଉଡ୍ କଣ୍ଟ୍ରୋଲ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥ ରୋଡ଼ରେ କୌଣସି ଯାନବାହାନ ଚଳାଚଳ ଯେମିତି ନକରେ ସେଥିପାଇଁ ମାଉସୀ ମାଆ ଛକରୁ ଗାଡି ଗୁଡ଼ିକୁ ଡାଇଭର୍ଟ କରାଯାଇଛି ।  ହିଟ ୱେଭକୁ ଦୃଷ୍ଟିରେ ରଖି ପାଣି ସହ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rukuna Rath Yatra Of Lord Lingaraj Today | Argus News