Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲୁଛି ମାୟା ନଗରୀକୁ ଓଡ଼ିଶା ଗଞ୍ଜେଇ ଚାଲାଣର ଗୁମର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଖୋଲୁଛି ମାୟା ନଗରୀକୁ ଓଡ଼ିଶା ଗଞ୍ଜେଇ ଚାଲାଣର ଗୁମର

ଅର୍ଗସ ବ୍ୟୁରୋ : ଖୋଲୁଛି ମାୟା ନଗରୀକୁ ଓଡ଼ିଶା ଗଞ୍ଜେଇ ଚାଲାଣର ଗୁମର  । ଭୁବନେଶ୍ବରରେ ମୁମ୍ବାଇ NCB ଟିମ୍‌ର ତନାଘନା ।  ଗଞ୍ଜେଇ ଚାଲାଣ ମାମଲାରେ ନିଲୁ ପ୍ରଧାନ ନାମକ ବ୍ୟକ୍ତିଙ୍କୁ  ଉଠାଇ ନେଇଛି NCB । ନିଲୁ ଗଞ୍ଜାମ ଅଞ୍ଚଳର । ମୁମ୍ବାଇର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁମ୍ବାଇ NCBର ମୋଷ୍ଟ ୱାଣ୍ଟେଡ ଥିଲା ନିଲୁ । ନିଲୁକୁ ଉଠାଇ ନେଇ ଅଧିକ ପଚରା ଉଚୁରା କରୁଛି ଟିମ୍ । ସେ କେଉଁଠୁ ଗଞ୍ଜେଇ ଆଣୁଥିଲା, କେଉଁ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚାଉଥିଲା ସେନେଇ ଖୋଳତାଡ଼ କରୁଛି NCB ।

ଅଧିକ ପଢନ୍ତୁ : ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ

ଆମେ କହି ରଖୁଛୁ କି, ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶା ଗଞ୍ଜେଇର ବେଶ୍ ଡିମାଣ୍ଡ ରହିଛି । ରାଜ୍ୟର ମାଲକାନଗିରି, କୋରାପୁଟ, କନ୍ଧମାଳ, ଅନୁଗୁଳ, ବୌଦ୍ଧରେ ପ୍ରଚୁର ପରିମାଣର ଗଞ୍ଜେଇ ଚାଷ ହୁଏ । ରାଜ୍ୟ ବାହାରକୁ ଚାଲାଣ ହୁଏ ଓଡ଼ିଶା ଗାଞ୍ଜା । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗୁଲୁରୁ, କୋଲକତା ଭଳି ସିଟିରେ ଓଡ଼ିଶା ଗାଞ୍ଜାର ଢେର ଚାହିଦା । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କେସରେ ବିବାଦୀୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବି ତାଙ୍କ ଚାଟରେ ଭୁବନେଶ୍ବର ଗଞ୍ଜେଇ ବେଷ୍ଟ ବୋଲି ଉଲ୍ଲେଖ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rumors of Odisha's cannabis trade are spreading to the mumbai | Argus News