Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମବାସୀ

ଅର୍ଗସ ବ୍ୟୁରୋ: ଦୁର୍ଗମରେ ବିକାଶ ବାଟବଣା। ପାଣି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମବାସୀ। ୨୫ ବର୍ଷର ସ୍ଥିର ସରକାରଙ୍କ ବିକାଶ ନାରା ଏଠି ପ୍ରହସନ। ଏ ହେଉଛି ମୟୁରଭଞ୍ଜ କରଞ୍ଜିଆ ବ୍ଲକ ମହାଦେବଦେଉଳି। ଗାଁରେ ରହିଚି ତିନୋଟି ସାହି। ଜଳ ଯୋଗାଣ ପାଇଁ ଏଠି ୪ ଟି ନଳକୂପ ରହିଥିବା ବେଳେ ସ ବୁ ଅକାମି। ଟ୍ବିୱେଲରୁ ବାହାରୁଛି ଗୋଳିଆ ପାଣି। ଫଳରେ ପାଣି ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଯେଉଁ ନଳକୂପରୁ ପାଣି ବାହାରୁଛି ସେଠି ଲୋକଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳୁଛି।

ବାରମ୍ବାର ଅଭିଯୋଗ ପରେ ଗାଁରେ ବସୁଧା ଯୋଜନାରେ ଏକ ଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯାଇ ଘରକୁ ଘର ପାଇପ ଲାଇନ ବିଛା ଯାଇଥିଲା। ଘର ଆଗରେ ଷ୍ଟାଣ୍ଡପୋଷ୍ଟ ମଧ୍ୟ୍ୟ ଦିଆଯାଇଛି ହେଲେ  ନିର୍ମାଣ ଦିନ ଠାରୁ ଆସୁନାହିଁ ପାଣି। ଏନେଇ ପୂର୍ବତନ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ଅଭିଯୋଗ କଲାପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ନଥିବା ଅଭିଯୋଗ ହୋଇଛି। ଖାଲି ପାଣି କାହିଁକି ରାସ୍ତା ସମସ୍ୟା ଏହି ଗାଁର ଅନ୍ୟ ଏକ ପ୍ରମୁଖ ସମସ୍ୟା। ଆଜି ଯାଏଁ ଗାଁକୁ ପକ୍କା ରାସ୍ତା ଟିଏ ହୋଇ ପାରିଲାନି। ଖାଲଖମା ଭରା ଏଇ କଚ୍ଚା ରାସ୍ତାରେ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ୨୫ ବର୍ଷର ସ୍ଥିର ଙ୍କ ବିକାଶ ମହାଦେବଦେଉଳି ପାଇଁ ସାତସପନ। ଏଠି ଯୋଜନା ପ୍ରଣୟନ ହୋଇଛି ହଲେ ଏହାର ଲାଭ ପାଉ ନାହାନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rural dwellers are deprived of basic facilities like water roads | Argus News