Videos
|
Odisha

କାଦୁଅ ପଚପଚ ରାସ୍ତା ଭରସାରେ ଅଞ୍ଚଳବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାଦୁଅ ପଚପଚ ରାସ୍ତା ଭରସାରେ ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ:  ରାସ୍ତା ସାରା ଖାଲଖମା। ସେହି ଖାଲରେ ଜମି ରହୁଛି ବର୍ଷା ପାଣି। ଏପରିକି ରାସ୍ତା ସାରା କାଦୁଅ ଭର୍ତ୍ତି। ସେହି କାଦୁଅ ପଚପଚ ରାସ୍ତାରେ ଅଞ୍ଚଳବାସୀ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷ ବର୍ଷ ଧରି କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି ସ୍କୁଲପିଲା ଠୁ ଗାଁ ଲୋକେ । ପିଲାଠୁ ବୁଢା ସମସ୍ତଙ୍କ ପାଇଁ ଏହି ବିପଦପୂର୍ଣ୍ଣ ରାସ୍ତା। କାଦୁଅ ମଧ୍ୟରେ କେଉଁଠି ପିଲାଙ୍କ ଗୋଡ ଖସୁଛି ତ ଆଉ କେଉଁଠି ଗୋଡ ପୋତି ହୋଇ ଯାଉଛି। ହେଲେ ବିକଳ୍ପ ନଥିବାରୁ ଏହି ରାସ୍ତା ଦେଇ ଆତଯାତ କରୁଛନ୍ତି ଅଞ୍ଚଳବାସୀ।

ସୁନ୍ଦରଗଡ ସଦର ବ୍ଲକ ଖେରିଆକାନି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉନ୍ନତିକରଣ ପାଇଁ ସରକାରଙ୍କ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାକାମ ହୋଇନାହିଁ । ଫଳରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆଣ୍ଠୁଏ କାଦୁଅରେ ଯାତାୟତ କରି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଖେରିଆକାନି ଗାଁରେ 500 ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି ମାତ୍ରା ଯିବା ଆସିବା ପାଇଁ ନାହିଁ ଭଲ ରାସ୍ତା।  ଖେରିଆକାନି ଠାରୁ ସୁନ୍ଦରଗଡ ସଦର ମହକୁମା ହେଉ ବା ପଞ୍ଚାୟତ  କାର୍ଯ୍ୟାଳୟ ଯିବା ଆସିବାକୁ ଇଏ ହେଉଛି ଏକମାତ୍ର ରାସ୍ତା । ବର୍ଷର ଅନ୍ୟ ଦିନ ମାନଙ୍କରେ ଯେମିତି ସେମିତି ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନେ କିନ୍ତୁ ବଦଳି ଯାଉଛି ରାସ୍ତାର ଅବସ୍ଥା। କାଦୁଅ ପଚପଚ ରାସ୍ତା ସୃଷ୍ଟି କରୁଛି ବିଲର ଭ୍ରମ।

ଗାଁକୁ ସଂଯୋଗିକରଣ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାଟି ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ଲଗାଣ ବର୍ଷା ହେବା ଫଳରେ ରାସ୍ତାର ଏହି ଅବସ୍ଥା ହୋଇଛି। ଗାଁର ଲୋକଙ୍କ ଯିବା ଆସିବାରେ ଅସୁବିଧା ଦେଖି ଆମେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ  ତେବେ ଗାଁ ସମସ୍ୟା କଥା ସେ ସ୍ଵୀକାର କରିବା ସହ ବର୍ଷା ଋତୁ  ଯିବା ପରେ ଏହି ରାସ୍ତାକୁ କିଭଳି ଭାବରେ ପକ୍କା ରାସ୍ତା କରାଯାଇପାରିବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ବର୍ଷ ପରେ ବର୍ଷ ବିତୁଛି ମାତ୍ର ଏଠାକାର ଲୋକଙ୍କ ସମସ୍ୟା ଦୁର ହୋଇପାରୁନାହିଁ । ନାଲି ମାଟିର ରାସ୍ତା ସହ କାଦୁଅ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

rural village of the areas hope for muddy roads | Argus News