Videos
|
Odisha

Koraput / ଶ୍ରୀକ୍ଷେତ୍ର ପୁରୀକୁ ଯୋଡ଼ିହେବ ସାବର ଶ୍ରୀକ୍ଷେତ୍ର କୋରାପୁଟ

Rashmita Mishra
Browse all articles by Rashmita Mishra
·2 months ago·2 min read
ଶ୍ରୀକ୍ଷେତ୍ର ପୁରୀକୁ ଯୋଡ଼ିହେବ ସାବର ଶ୍ରୀକ୍ଷେତ୍ର କୋରାପୁଟ
Koraput

Key Points

କୋରାପୁଟବାସୀଙ୍କୁ ବଡ଼ ଉପହାର । 
ଶ୍ରୀକ୍ଷେତ୍ର ପୁରୀକୁ ଯୋଡ଼ିହେବ ସାବର ଶ୍ରୀକ୍ଷେତ୍ର କୋରାପୁଟ । 
ଟ୍ରେନ୍ ଚଳାଚଳ ଫଳରେ ଏବେ କୋରାପୁଟବାସୀଙ୍କ ଯାତାୟାତ ସମସ୍ୟା ଦୂର ହେବ । 


କୋରାପୁଟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର... ଦୀର୍ଘ ଦିନର ଦାବି ପରେ ଶେଷରେ ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଯୋଡ଼ିହେବ ସ୍ଵତନ୍ତ୍ର ଟ୍ରେନ । ଏହି ଟ୍ରେନ୍ ଚଳାଚଳ ଫଳରେ ଏବେ କୋରାପୁଟବାସୀଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ଜଗନ୍ନାଥ ଦର୍ଶନ ପାଇଁ ଯାତ୍ରା ହେବ ଆହୁରି ସହଜ ଓ ସରଳ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ଦୀର୍ଘ ଦିନ ଧରି କୋରାପୁଟବାସୀ ଦାବି କରୁଥିଲେ ସିଧାସଳଖ ପୁରୀକୁ ଟ୍ରେନ୍ ସେବା ପାଇଁ । କାରଣ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବାକୁ ଯାତ୍ରୀମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଟ୍ରେନ୍ ବଦଳାଇବା ସହ ଦୀର୍ଘ ସମୟର ଯାତ୍ରା ଯାତ୍ରୀଙ୍କୁ ଅସୁବିଧାରେ ପକାଉଥିଲା, କିନ୍ତୁ ଏବେ ସେହି ସମସ୍ୟାର ହୋଇଛି ଅନ୍ତ । ସାବର ଶ୍ରୀକ୍ଷେତ୍ର ଭାବେ ପରିଚିତ କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଆରମ୍ଭ ହୋଇଛି ସିଧାସଳଖ ଟ୍ରେନ୍ ସେବା ।

ଏଥିସହ ପଢ଼ନ୍ତୁ: ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ବିଜେପି ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ।

ଅନେକ ଦିନ ଧରି ଯାତ୍ରୀମାନେ ଏହି ପୁରୀ ଟ୍ରେନ ପାଇଁ ଦାବି କରି ଆସୁଥିଲେ, ଯାହାକୁ ନଜରରେ ରଖି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଭଳି ପର୍ଯ୍ୟଟନ ସ୍ଥାନକୁ ଯୋଗାଯୋଗର ସୁବିଧା ପାଇଁ ଏହି ଟ୍ରେନକୁ ଆରମ୍ଭ କରିଛନ୍ତି ।

ଏହି ଟ୍ରେନ କୋରାପୁଟରୁ ସକାଳ ୫ଟାରେ ବାହାରି ରାତି ୧୦ଟା ୨୦ ମିନିଟରେ ପୁରୀରେ ପହଞ୍ଚିବ । ସେହିଭଳି ପୁରୀରୁ ସକାଳ ୭ଟାରେ ବାହାରି ରାତି ୧୧ଟା ୩୦ ମିନିଟରେ କୋରାପୁଟରେ ପହଞ୍ଚିବ । ଏହି ନୂତନ ଟ୍ରେନ୍ କୋରାପୁଟ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ମଧ୍ୟ ଅନେକ ଜିଲ୍ଲାକୁ ସଂଯୋଗ କରିବ ।

ଏହି ଟ୍ରେନ ଯଦି କୋରାପୁଟ ବଦଳରେ ଜୟପୁର ସହରକୁ ସମ୍ପ୍ରସାରଣ ହୁଏ, ତେବେ ନିଶ୍ଚିତ ଭାବରେ କୋରାପୁଟ ସମେତ ପଡ଼ୋଶୀ ଜିଲ୍ଲା ମଧ୍ୟ ବେଶ୍ ଲାଭବାନ ହୋଇପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Koraput | Koraput To Connect With Shreekhetra Puri In Major Religious Corridor Plan | Argus News