ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ: କନ୍ଧମାଳରେ କଡ଼ାସୁରକ୍ଷା
·1 year ago

ଅର୍ଗସ ବ୍ୟୁରୋ: କନ୍ଧମାଳରେ ପୁଣି ଦଙ୍ଗା ହେବା ନେଇ ମିଥ୍ୟା ପ୍ରଚାର କରାଯାଉଛି। ଗୁଜବରୁ ଦୁରେଇ ରହିବାକୁ କହିଲେ କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ର। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଇଁ ଉତ୍ସବ ମୁଖର ତୁମୁଡ଼ିବନ୍ଧ। ଉଭୟ ଜଳେଶପଟ୍ଟା ଓ ଚକାପଦା ଆଶ୍ରମରେ ଚାଲିଛି ପ୍ରସ୍ତୁତି।
କାର୍ଯ୍ୟକ୍ରମ ସୁରୁଖୁରରେ ପାଳନ କରାଯିବା ନେଇ ସ୍ପଷ୍ଟ କରିଛନ୍ତି କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ର। ପ୍ରତିକ୍ରିୟା ରଖି କହିଛନ୍ତି ସବୁ ସ୍ଥାନରେ ପୋଲିସ ଆଲର୍ଟ କରାଯାଇଛି। ସମ୍ବେଦନଶୀଳ ସ୍ଥାନକୁ ନଜରରେ ରଖାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: