Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଦ୍ଧିତ ଦରମା ଦାବିରେ ସଫେଇ କର୍ମଚାରୀଙ୍କ କାମବନ୍ଦ ଆନ୍ଦୋଳନ

Ritu Das
Browse all articles by Ritu Das
·2 years ago·1 min read
ବର୍ଦ୍ଧିତ ଦରମା ଦାବିରେ ସଫେଇ କର୍ମଚାରୀଙ୍କ କାମବନ୍ଦ ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ପଟ୍ଟାମୁଣ୍ଡାଇ ମୁନିସିପାଲିଟିରେ ନିଯୁକ୍ତ ହୋଇଥିବା ସଫେଇ କର୍ମଚାରୀ ମାନେ କାମ ବନ୍ଦ ଆନ୍ଦୋଳନ କରିଛନ୍ତି l ଦୀର୍ଘ ଦିନ ଧରି ସେମାନଙ୍କର ବର୍ଦ୍ଧିତ ଦରମା ପାଇ ନଥିବାରୁ ଓ ମିଳୁଥିବା ଦରମା ଠିକ ସମୟରେ ମିଳୁ ନଥିବାରୁ ଆଜି 50ରୁ ଊର୍ଦ୍ଧ୍ବ କର୍ମଚାରୀ କାମ ବନ୍ଦ କରିଛନ୍ତି। 

ସୂଚନା ଯୋଗ୍ୟ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିକୁ ପରିଷ୍କାର ରଖିବାକୁ ଚନ୍ଦନ ନାମକ ଏକ ସଂସ୍ଥାକୁ ଏଗ୍ରିମେଣ୍ଟ ମାଧ୍ୟମରେ ସଫେଇ ଦାୟିତ୍ୱ ଦିଆଯାଇଛି l ଯାହା ଅଧୀନରେ 50 ରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀ ମାତ୍ର 7 ହଜାର ଟଙ୍କା ଦରମାରେ ସହର ସହିତ 20 ଟି ୱାର୍ଡକୁ ପରିଷ୍କାର ରଖୁଛନ୍ତି l 

ମାତ୍ର ଠିକା ସଂସ୍ଥା ସେମାନଙ୍କୁ ଉଚିତ ସମୟରେ ଦରମା ଦେଉନାହିଁ  ଏବଂ ସେମାନଙ୍କର ବର୍ଦ୍ଧିତ ଦରମା ଦେବାରେ ମଧ୍ୟ ବିଳମ୍ବ କରୁଛି l ଫଳରେ ଆଜି ସମସ୍ତ ସଫେଇ କର୍ମଚାରୀ କାମ ବନ୍ଦ ଆନ୍ଦୋଳନ କରିଛନ୍ତି l ଏହି ଆନ୍ଦୋଳନ ଦୀର୍ଘ ଦିନ ଧରି ଚାଲିବ ବୋଲି ଚେତାବନୀ ଦେଇଛନ୍ତି l ଯାହା ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ସହର ସହ ୱାର୍ଡ ଗୁଡିକରେ ଅଳିଆ ପଡ଼ିରହିଛି l ମାତ୍ର ଏବିଷୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ନିର୍ବାଚନ ଥିବାରୁ ମୁଁ କୌଣସି ଟିପ୍ପଣୀ ଦେବି ନାହିଁ କହି ଆଡେଇ ଯାଇଥିଲେ l ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଉପୁଜିଥିବା କଳି ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ବାସୀ ଆବର୍ଜନାରେ ବୁଡି ରହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
safei workers | Argus News