Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୋଲିଲା ବୁଝାମଣାର ଗୁମର, ମିଳିଲା ପ୍ରମାଣ

Odisha

ଖୋଲିଲା ବୁଝାମଣାର ଗୁମର, ମିଳିଲା ପ୍ରମାଣ

Manini Pattanayak
Browse all articles by Manini Pattanayak
·2 years ago·2 min read
ଖୋଲିଲା ବୁଝାମଣାର ଗୁମର, ମିଳିଲା ପ୍ରମାଣ

ଭୁବନେଶ୍ୱର:  ରାଜନୈତିକ ପୃଷ୍ଠପୋଷକତାରେ ଚାଲିଥିଲା ସାହୁ ବ୍ରଦର୍ସଙ୍କ ଅବାଧ ମଦ ସାମ୍ରାଜ୍ୟ। ଖୋଲିଲା ବିଜେଡି ସହ ବୁଝାମଣାର ଗୁମର, ମିଳିଲା ବଡ଼ ପ୍ରମାଣ। ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ଦୀପକ ସାହୁଙ୍କ ସ୍କୁଲ ଥିବା ଅଭିଯୋଗ। 5 ଦିନ ପରେ ବି ମନ୍ତ୍ରୀ ଟୁକୁନି ସାହୁଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ ।  ସ୍କୁଲର ଉଦଘାଟନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ।  ମଦ ବ୍ୟବସାୟୀ ଦୀପକ ସାହୁଙ୍କ ସହ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପର୍କ କେବଳ ମଞ୍ଚରେ ବସିବା ଯାଏଁ ସୀମିତ ନ ଥିଲା । ମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଲାଗୁଥିଲା ମଦ ବ୍ୟବସାୟୀଙ୍କ ଗାଡ଼ି ।  ଦୀପକ ସାହୁଙ୍କ କମ୍ପାନୀର ଗାଡି ବି ମନ୍ତ୍ରୀ ଟୁକୁନି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଚର୍ଚ୍ଚା ହେଉଛି, ଟୁକୁନିଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ସେଥିପାଇଁ ଦୀପକଙ୍କ ଉପରେ ମେହରବାନ ଥିଲେ କି ଟୁକୁନି ?  

ସହର ଭିତରେ ଦୀପକ ସାହୁଙ୍କ ମଦ ଭାଟି । ଇଏ ହେଉଛି ଦୀପକ ସାହୁଙ୍କ ସହର ମଝିରେ ଥିବା ସେହି ମଦଭାଟ୍ଟି। ଯେଉଁଠୁ ଜବତ ଆୟକର ବିଭାଗ  ରେଡ୍ କରି ଜବତ କରିଛି କୋଟି କୋଟି ଟଙ୍କା। ସହର ମଝି ଦେଶୀ ମଦ ତିଆରି ହେଉଥିଲା ଏହି ଭାଟିରୁ। ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୁନ୍ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ମନ୍ତ୍ରୀ ଟୁକୁନି ସାହୁଙ୍କ ସହ  ଘନିଷ୍ଠତା ଯୋଗୁଁ ଦୀପକ ସାହୁଙ୍କ ଏହି ମଦ ଭାଟିରେ ହାତ ମାରିପାରୁନଥିଲା ପ୍ରଶାସନ।  ଜଙ୍ଗଲ ଓ ଗୋଚର ଜମିରେ ଜବରଦଖଲ ଅଭିଯୋଗ, ଦୀପକ ସାହୁଙ୍କ ସ୍କୁଲ ବସରେ ବିଜେଡି ପତାକା, ମନ୍ତ୍ରୀ ଟୁକୁନି ସାହୁଙ୍କୁ କାର ଉପହାରକୁ ନେଇ ସଙ୍ଗୀନ ଅଭିଯୋଗ। ଯାହା ଦୀପକ ସାହୁଙ୍କ ବିଜେଡି ଲିଙ୍କ୍ ଚର୍ଚ୍ଚାକୁ ଆହୁରି ତେଜିଛି। ହୁଏତ ଏଥିପାଇଁ ୨୦ ବର୍ଷ ହେଲା ଟେଣ୍ଡର ବିନା କେବଳ ରେନ୍ୟୁରେ ଚାଲିଥିଲା ଦୀପକ ସାହୁଙ୍କ ମଦ ସାମ୍ରାଜ୍ୟ। ବର୍ତ୍ତମାନର ବଡ ପ୍ରଶ୍ନ, କାହିଁକି  ଟୁକୁନି ସାହୁଙ୍କ ମୁହଁରେ ତୁଣ୍ଡି ? ଜବାବ ରଖିବେ କି ମନ୍ତ୍ରୀ ଟୁକୁନି ସାହୁ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sahu Brothers' illicit liquor empire was run on political patronage. | Argus News